27.6 C
Bhubaneswar
Wednesday, April 15, 2026
Homeଓଡିଶାବିଶ୍ବ ପ୍ରସିଦ୍ଧ ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ପର୍ବର ଆଜି ତୃତୀୟ ଅର୍ଘ୍ୟ ଦିନ

ବିଶ୍ବ ପ୍ରସିଦ୍ଧ ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ପର୍ବର ଆଜି ତୃତୀୟ ଅର୍ଘ୍ୟ ଦିନ

ପୁରୀ: ହଜାର ହଜାର ଭକ୍ତଙ୍କ ସମାଗମ। ଭାବବିହ୍ୱଳ ପରିବେଶ ଭିତରେ କମ୍ପିଉଠୁଛି ବିଶ୍ୱପ୍ରସିଦ୍ଧ ଚନ୍ଦନେଶ୍ୱରର ଚଡକ ପର୍ବ। ଆଜି ଚଡକ ପର୍ବର ତୃତୀୟ ଅର୍ଘ୍ୟ। ବାବାଙ୍କ ଏକ ବିଶେଷ କୌଳିକ ନୀତି ନିୟମ ରହିଛି। ଯେଉଁଥିରେ ଗତକାଲି ବାବା ଶିବଙ୍କ ସହ ରାକ୍ଷସୀ କାମିନାଙ୍କ ବିବାହ ନେଇ ସ୍ୱୀକୃତି କାର୍ୟ୍ୟକ୍ରମ ସରିଥିଲା। ତେଣୁ ଏହି ବିବାହକୁ ନେଇ ବାବାଙ୍କ ପକ୍ଷରୁ ପାଟ ଭକ୍ତ, ଶ୍ରୀ ବେକଡୀ ଓ ଦେଉଳିଆ ପ୍ରତ୍ୟେକ ସେବାୟତଙ୍କ ଘରକୁ ଘର ଯାଇ ବାବାଙ୍କ ବାହାଘର ପାଇଁ ନିମନ୍ତ୍ରଣ କରିବେ। ପରେ ମନ୍ଦିର ପରିସରରେ ଅର୍ଘ୍ୟଦାନ କାର୍ୟ୍ୟକ୍ରମ ଆରମ୍ଭ ହେବ। ଆଜି ସୁଦ୍ଧା ଅର୍ଘ୍ୟରେ ଉପବତଧାରୀ ଭକ୍ତଙ୍କ ସଂଖ୍ୟା ୯୦ ହଜାର ଟପିଲାଣି। ସୁରକ୍ଷାବ୍ୟବସ୍ଥାକୁ ନେଇ ପ୍ରଶାସନ ୨୨ ପ୍ଲାଟୁନ ପୋଲିସ ଫର୍ସ ମୁତୟନ କରିଛି। ଏହାଛଡା ସକାଳେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ପରେ ଏବେ ଭକ୍ତ ମାନେ ମନ୍ଦିର ପରିକ୍ରମା କରୁଛନ୍ତି। ତେବେ ଆଜି ସନ୍ଧ୍ୟାରେ ୧ ଲକ୍ଷ ଭକ୍ତ ଟୋପିବା ନେଇ ଆଶଙ୍କା କରାଯାଉଛି। ଏହି ପର୍ବ ପାଇଁ ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଢ଼ଖଣ୍ଡ ଆଦି ରାଜ୍ୟରୁ ଭକ୍ତ ମାନେ ମଧ୍ୟ ଯୋଗ ଦେଇଥାନ୍ତି । ଏହାସହ ଆନ୍ତରାଜ୍ୟ ଲୁଟେରା ରୋକିବା ପାଇଁ ଉଉଞଠ ବ୍ୟବସ୍ତା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking