31.7 C
Bhubaneswar
Wednesday, April 8, 2026
Homeଓଡିଶାଗଞ୍ଜେଇ ଚୋରା ଚାଲାଣ: ୨ ଗିରଫ

ଗଞ୍ଜେଇ ଚୋରା ଚାଲାଣ: ୨ ଗିରଫ

କୋରାପୁଟ: କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ ମାମଲାରେ କାର ଚାଳକ ଓ ସହଯାତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନନ୍ଦପୁର ଥାନାଧିକାରୀ ତ୍ରିନାଥ ତୋଟାପାଡିଆଙ୍କ ସୂଚନା ମୁତାବକ ଗୁଇନ୍ଦା ସୂଚନା ଆଧାରରେ ନନ୍ଦପୁର ପୋଲିସ ଏମଡିଆର ୫୫ ରାସ୍ତା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଯାଞ୍ଚ କରିବାରେ କାରରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। କାରରେ ଥିବା ପଟାଙ୍ଗି ରେଣୁ ଗ୍ରାମର ଅଜିତ୍‌ ଧଡକା (୨୧) ଓ ଲମତାପୁଟ ବ୍ଲକ ବାଲେଲ ଗ୍ରାମର କିରଣ ଖରା (୨୨) ଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇର ଓଜନ କରାଯିବାରୁ ୨୧ କିଲୋ ଗଞ୍ଜେଇ ଥିବା ଜଣାପଡିଥିଲା। ନନ୍ଦପୁର ଥାନାରେ  ମାମଲା ରୁଜୁ କରି ବୁଧବାର ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇ ଓ କାରକୁ ଜବତ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking