33.1 C
Bhubaneswar
Friday, April 3, 2026
Homeଦେଶ ବିଦେଶ'ମୋତେ ଚୁପ୍‌ କରାଯାଇଛି, ମୁଁ କିଛି ଭୁଲ କରିଛି କି' ?

‘ମୋତେ ଚୁପ୍‌ କରାଯାଇଛି, ମୁଁ କିଛି ଭୁଲ କରିଛି କି’ ?

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି ଭିତରେ ପୁଣି ଥରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେଇଛି । ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଗୃହରେ ଦଳର ଉପନେତା ପଦରୁ ବହିଷ୍କାର କରିବାକୁ ଆପ୍ ଅନୁରୋଧ କରିବା ପରେ ଦଳ ଭିତରେ ଉତ୍ତେଜନା ବୃଦ୍ଧି ପାଇଛି । ତାଙ୍କୁ ବହିଷ୍କାର କରିବା ପରେ, ଚଢା ଏକ ଟ୍ୱିଟ୍ ମାଧ୍ୟମରେ ଦଳକୁ ପୁଣି ଥରେ ଆକ୍ଷେପ କରି କହିଛନ୍ତି, ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ପରାସ୍ତ ହୋଇନାହିଁ । ମୁଁ ଲୋକଙ୍କ ସମସ୍ୟା ଉଠାଉଥିଲି । ମୁଁ କିଛି ଭୁଲ୍ କରିଛି କି ? ମୁଁ ଏହା ପଚାରୁଛି କାରଣ ଆପ୍ ରାଜ୍ୟସଭା ସଚିବାଳୟକୁ ରାଘବ ଚଢାଙ୍କ ସଂସଦ ଅଭିଭାଷଣ ବନ୍ଦ କରିବାକୁ କହିଛି ।’

​​​​​​​ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ୨ମିନିଟ୍‌ ୧୮ ସେକେଣ୍ଟର ଏକ ଏକ ଭିଡିଓ ପୋଷ୍ଟ କରିଛନ୍ତି ଆପ୍‌ ନେତା ରାଘବ ଚଢା । କ୍ୟାପ୍ସନରେ ଲେଖାଅଛି କହିଛନ୍ତି, ଚୁପ୍ ଅଛି ହାରିନାହିଁ । ‘ଆମ୍‌ ଆଦମୀ’କୁ ମୋର ମେସେଜ୍‌ । ଭିଡିଓରେ ରାଘବ କହିଛନ୍ତି, ସଂସଦରେ ସେ ଏପରି ପ୍ରସଙ୍ଗ ଉଠାଇଛନ୍ତି ଯାହା ସାଧାରଣତଃ ସଂସଦରେ ଉଠାଯାଏ ନାହିଁ । ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇନାହିଁ । ମୁଁ ଜନତାଙ୍କ ମୁଦ୍ଦା ଉଠାଏ । ତେବେ ଏପରି ପ୍ରସଙ୍ଗ ଉଠାଇବା କ’ଣ ଅପରାଧ ? ଜନତାଙ୍କ ସମସ୍ୟା ଉଠାଇବା କ’ଣ ଅପରାଧ ? ଏ ପ୍ରଶ୍ନ ମୁଁ ଏଥିପାଇଁ ପଚାରୁଛି ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସେକ୍ରେଟାରୀକୁ କହିଛି କି ରାଘବ ଚଡ୍ଡାଙ୍କୁ ପାର୍ଲାମେଣ୍ଟରେ କହିବା ଉପରେ ରୋକ୍ ଲଗାଯାଉ । ମୋ କହିବା ଉପରେ ଜଣେ କାହିଁକି ରୋକ ଲଗାଇବାକୁ ଛାହୁଁଛନ୍ତି ? ମୁଁ ଯେବେ ବି କୁହେଁ ସାଧାରଣ ଲୋକଙ୍କ କଥା କୁହେ । ଏୟାରପୋର୍ଟରେ ମିଳୁଥିବା ମହଙ୍ଗା ଖାଦ୍ୟ କଥା କହିଥିଲି, ଜମାଟୋ, ବ୍ଲିକିଟ୍ ଡେଲିଭରୀ ରାଇଡର୍ସଙ୍କ କଥା କହିଥିଲି, ଖାଦ୍ୟରେ ଅପମିଶ୍ରମଣ କଥା କହିଥିଲି, ଟୋଲ୍ ପ୍ଲାଜାରୁ ନେଇ ବ୍ୟାଙ୍କ ଚାର୍ଜ ଲୁଟ, ମଧ୍ୟବିତ୍ତଙ୍କ ଉପରେ ଟ୍ୟାକ୍ସ ବୋଝ, ଟେଲିକମ ରିଚାର୍ଜ ସମସ୍ୟା ଉପରେ କହିଥିଲି । ଏହି ମୁଦ୍ଦା ଉଠାଇବାକୁ ଦେଶର ସାଧାରଣ ଲୋକଙ୍କୁ ଫାଇଦା ମିଳିଲା ହେଲେ ଆମ୍ ଆଦମୀ ପାର୍ଟିର କଣ କ୍ଷତି ହେଲା ବୋଲି ପ୍ରଶ୍ନ କରିଛନ୍ତି ରାଘବ । ଯେଉଁମାନେ ମୋତେ କହିବାକୁ ରୋକିଛନ୍ତି ତାଙ୍କୁ କହିବାକୁ ଚାହିଁବି ମୋ ନୀରବାତକୁ ହାରିବା ଭାବିବନି ।

ଆପ୍ ଆମ୍ ଆଦମୀ ପାର୍ଟି (ଆପ୍) ଗୁରୁବାର ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଥିଲା । ତାଙ୍କ ସ୍ଥାନରେ ଦଳ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ବାଛିଛି । ରାଜ୍ୟସଭା ସଚିବାଳୟକୁ ପତ୍ର ଲେଖି ଆପ୍ ଏହା ଜଣାଇଥିଲା । ପତ୍ରରେ ଆପ୍ ଦର୍ଶାଇଥିଲା କି, ଏଣିକି ରାଘବ ଚଢ଼ାଙ୍କୁ ଦଳ ପକ୍ଷରୁ କହିବାକୁ ନ ଦିଆଯାଉ । ରାଘବ ୨୦୨୨ରେ ପଞ୍ଜାବରୁ ରାଜ୍ୟସଭାରେ ସାଂସଦ ଅଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ରହିଛି । ଆପ୍ କାହିଁକି ରାଘବଙ୍କୁ ଉପନେତା ପଦରୁ ହଟାଇଲା ତାହା ଜଣାଇନାହିଁ । ତେବେ ରାଘବ ଦୀର୍ଘ ଦିନ ହେଲା ଦଳରୁ ଦୂରତା ବନାଇଛନ୍ତି ଏବଂ ଆପ୍‌କୁ ନେଇ କୌଣସି ବୟାନ ମଧ୍ୟ ଦେଉନାହାନ୍ତି । ଆସାମର ଷ୍ଟାର ପ୍ରଚାରକ ତାଲିକାରେ ରାଘବଙ୍କୁ ସାମିଲ କରା ନ ଯିବା ପରେ ଆପ୍ରେ ଅନ୍ତଃକନ୍ଦଳ ନେଇ ଚର୍ଚ୍ଚା ହୋଇଥିଲା । ଅନ୍ୟପକ୍ଷରେ ଅଶୋକ ମିତ୍ତଲ ମଧ୍ୟ ପଞ୍ଜାବରୁ ଆପ୍ର ରାଜ୍ୟସଭା ସାଂସଦ ଏବଂ ପଞ୍ଜାବର ଲଭ୍ଲୀ ପ୍ରଫେସନାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ଏବଂ କୁଳାଧିପତି । ରାଜ୍ୟସଭାରେ ଆପ୍‌ର ୧୦ ସଦସ୍ୟ ରହିଛନ୍ତି । ହଠାତ୍ ରାଘବଙ୍କ ବିରୋଧରେ ଆପ୍‌ର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking