ନୂଆଦିଲ୍ଳୀ : ପୁଣି ସାମ୍ନାକୁ ଆସିଲା ଲଜ୍ଜା ଖବର । ଜଣେ ୩୨ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ହେଲେ ୨ ପଡ଼ୋଶୀ । ଅଭିଯୁକ୍ତଦ୍ବୟ ପୀଡ଼ିତାଙ୍କ ସ୍ବାମୀଙ୍କ ସାଙ୍ଗ । ସ୍ବାମୀ ନଥିବାବେଳେ ଏମାନେ ଏଭଳି ଲଜ୍ଜାଜନକ ଘଟଣା ଘଟାଇ ବନ୍ଧା ହୋଇଛନ୍ତି । ଭଦୋଇରୁ ଏଭଳି ଏକ ଲଜ୍ଜାଜନକ ଖବର ଆସିଛି । ଏବେ ଏହି ଘଟଣାର ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମହିଳା ଜଣକ ସ୍ବାମୀଙ୍କ ସହ କୋତଓ୍ବାଲି ଅଞ୍ଚଳରେ ରୁହନ୍ତି । ସ୍ବାମୀ ଏକ କାର୍ପେଟ ରପ୍ତାନୀ କମ୍ପାନୀରେ ଚାକିରୀ କରନ୍ତି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ହୀରା ଲାଲ ଏବଂ ବିବେକାନନ୍ଦ ସିଂହ । ସେମାନେ ମହିଳାଙ୍କ ସ୍ବାମୀଙ୍କ ସହ ଗୋଟିଏ କମ୍ପାନୀରେ କାମ କରନ୍ତି । ସ୍ବାମୀ କାମକୁ ଯାଉଥିବାବେଳେ ଏମାନେ ଏହାର ଫାଇଦା ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ମୁହଁ ବନ୍ଦ କରି ଖରାପ କାମ କରିଥିବାବେଳେ ଘରଛାଡ଼ି ଫେରାର ହୋଇଯାଇଛନ୍ତି । ଏହି ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ଗୋପୀଗଞ୍ଜ ଥାନା ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ଖୁବଶୀଘ୍ର ଅଭିଯୁକ୍ତ ଦ୍ବୟ ଗିରଫ ହେବେ ବୋଲି କହିଛନ୍ତି ।










