33.1 C
Bhubaneswar
Friday, April 3, 2026
Homeଓଡିଶାଆଜି ଗୁଡ ଫ୍ରାଇଡେ: ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ

ଆଜି ଗୁଡ ଫ୍ରାଇଡେ: ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀ

ଭୁବନେଶ୍ୱର: ଆଜି ଗୁଡ ଫ୍ରାଇଡେ । ମାନବ ଜାତି ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ସ୍ମୃତିଚାରଣ କରାଯାଉଛି । ଯୀଶୁଙ୍କ ବଳିଦାନକୁ ମନେ ପକାଇ ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ଖ୍ରୀଷ୍ଟଆନ ଧର୍ମାବଲମ୍ବୀ ଭାଇ ଭଉଣୀ । ଏଥିପାଇଁ ସକାଳୁ ଉଭୟ ବାପ୍ଟିଷ୍ଟ ଓ କ୍ୟାଥଲିକ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାର୍ତ୍ତା ସମାଜରେ ଲୋକଙ୍କର ଦୁଃଖରୁ ମୁକ୍ତି ଦେବାରେ ସମର୍ପିତ ଥିଲା ।ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଗୁଡ ଫ୍ରାଇଡେ ଅବସରରେ ପ୍ରଭୁ ଯୀଶୁଙ୍କ ପ୍ରଦର୍ଶିତ ପ୍ରେମ, କରୁଣା ଓ ତ୍ୟାଗର ପଥରେ ଅଗ୍ରସର ହେବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭ ଶୁକ୍ରବାରର ବାର୍ତ୍ତାକୁ ପାଳନ କରି ଏକ ଆଦର୍ଶ ସମାଜ ଗଠନ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking