28.1 C
Bhubaneswar
Sunday, March 29, 2026
Homeଓଡିଶାବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ତରଫରୁ ବିକ୍ଷୋଭ

ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ତରଫରୁ ବିକ୍ଷୋଭ

ରାଜନୈତିକ ଉଦ୍ଦେଶ୍ୟ ରଖି ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନ କୁ ବାଚସ୍ପତି ଙ୍କ ବିନା କ୍ଳିୟରେନ୍ସରେ ପୋଲିସ ଚଢ଼ାଉ କରିବା ଘଟଣାରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଯୁବ -ଛାତ୍ର-ମହିଳା ଜନତା ଦଳ ତରଫରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୋଲିସ କେଉଁ ପରିସ୍ଥିତିରେ ବିଧାୟକଙ୍କ ଘରକୁ ବିନା କୌଣସି ମହିଳା ପୋଲିସ ଉପସ୍ଥିତିରେ ଓ ଅନୁମତିରେ ପ୍ରବେଶ କଲା ବୋଲି ବିଜେଡି ନେତାମାନେ ପ୍ରଶ୍ନ କରିଛନ୍ତି। ରାମନବମୀ ଉତ୍ସବ ବେଳେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା ଘଟଣାରେ ଏଯାଏଁ ତାଙ୍କୁ ଗିରଫ କାହିଁକି କରାଯାଇନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ରାଜ୍ୟସଭା ନିର୍ବାଚନରେ ଶାସକ ଦଳର ସତଚେଷ୍ଟା ସତ୍ବେ ନର୍ଲା ବିଧାୟକ କ୍ରସ୍ ଭୋଟିଂ ନକରି ନବୀନ ବାବୁଙ୍କ ସହିତ ଛିଡ଼ା ହୋଇଥିଲେ । ଏପରିକି ବିଧାୟକ ଙ୍କ ସ୍ବାମୀ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଜାନୁଆରୀ ମାସରେ ଫୋନ୍ ମାଧ୍ୟମରେ ତହସିଲଦାରଙ୍କ ସହ କଥାବାର୍ତ୍ତା କରିଥିବା ବାବଦରେ କ’ଣ ପାଇଁ ରାଜ୍ୟସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଏତଲା ଦିଆଗଲା ବୋଲି ଯୁବ ବିଜେଡି ଅଭିଯୋଗ କରିଛି। ଆଗାମୀ ଦିନରେ ପୋଲିସ ପକ୍ଷରୁ ସ୍ପଷ୍ଟୀକରଣ ନଦେଲେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଫିସ ଘେରାଉ କରାଯିବ ବୋଲି ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ବିଜେଡି ଉପସଭାପତି ମନିନ୍ଦ୍ର ମହାନ୍ତି, ସାମନ୍ତ ଖମାରୀ, ଯୁବ ନେତା କ୍ଷିରସିନ୍ଧୁ ନାଏକ, ଶିବା ସାହୁ, ନିଳାମ୍ବର ସାହୁ, ପ୍ରଦୀପ ପ୍ରଧାନ, ନଳୀନ ପଟ୍ଟନାୟକ, ଦିନେଶ ବଗର୍ତ୍ତି, ପରମାନନ୍ଦ ମାଝୀ, ପ୍ରଦୀପ ସାହୁ , ଦେବେନ୍ଦ୍ର କୁମାର, ସିଲୁ ବିଶି ପ୍ରମୁଖ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking