32.1 C
Bhubaneswar
Sunday, March 29, 2026
Homeଓଡିଶାବର୍ଷକରେ ଆତ୍ମସମର୍ପଣ କରିଛନ୍ତି ୭୭ ମାଓବାଦୀ : ପୁଲିସ ଡିଜି

ବର୍ଷକରେ ଆତ୍ମସମର୍ପଣ କରିଛନ୍ତି ୭୭ ମାଓବାଦୀ : ପୁଲିସ ଡିଜି

କନ୍ଧମାଳ: ରାଜ୍ୟରେ ମାଓବାଦୀ ଦମନ ଅଭିଯାନ ଜୋରଦାର ଚାଲିଛି । ପୁଲିସ ମହାନିର୍ଦ୍ଦେଶକଙ୍କ କନ୍ଧମାଳ ଗସ୍ତ ଅବସରରେ ମାଓ ବିରୋଧୀ ଅଭିଯାନର ଏକ ସଫଳ ଚିତ୍ର ସାମ୍ନାକୁ ଆସିଛି । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୭୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ଗୁଳିରେ ୨୭ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଏହାବ୍ୟତୀତ ୨୩ ଜଣ ମାଓବାଦୀ ଓଡ଼ିଶା ସୀମା ଛାଡ଼ି ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ପୁଲିସ ଓ ଯବାନମାନଙ୍କ ଦିନରାତି କମ୍ବିଂ ଅପରେସନ ଯୋଗୁଁ ଅନେକ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି । ଡିଜିପିଙ୍କ ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ମାଓନେତା ଗଣେଶ ଓ ତାର ସହଯୋଗୀମାନଙ୍କୁ ସଫଳତାର ସହ ଏନକାଉଣ୍ଟର କରାଯାଇଛି । ବିଶେଷ କରି କନ୍ଧମାଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ମାଓମୁକ୍ତ କରିବା ପାଇଁ ଗତ କିଛି ମାସ ହେଲା ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି । ବର୍ତ୍ତମାନ ଜିଲ୍ଲାରେ ମାତ୍ର ଏକ ଛୋଟ ମାଓବାଦୀ ଗ୍ରୁପ୍ ସକ୍ରିୟ ରହିଛି । ସେମାନଙ୍କୁ ହିଂସା ପରିହାର କରି ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ ପୁଲିସ ଡିଜି ଆହ୍ୱାନ ଦେଇଛନ୍ତି । ପୁଲିସର ଏହି ରଣନୀତି ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking