33.1 C
Bhubaneswar
Saturday, March 28, 2026
Homeଓଡିଶାରାଜଧାନୀରେ ଗ୍ୟାସ ଟେନସନ

ରାଜଧାନୀରେ ଗ୍ୟାସ ଟେନସନ

ଭୁବନେଶ୍ୱର: ରାଜଧାନୀରେ ଗ୍ୟାସ ଟେନସନ । ବୁକିଂ ହେଉଛି , ମୋବାଇଲକୁ ଓଟିପି ଆସୁଛି । ହେଲେ ଡେଲିଭରି ହଉନାହିଁ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ଭିତରେ ଚାରିଆଡେ ଗ୍ୟାସ ସଙ୍କଟ ଦେଖାଦେଇଛି । ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ଥିବା ଏକ ଗ୍ୟାସ ଏଜେନ୍ସି ଆଗରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ଶତାଧିକ ଲୋକେ ଗ୍ୟାସ ଏଜେନ୍ସି ସମ୍ମୁଖରେ ଧାରଣାରେ ବସିଥିଲେ । କିିଛି ଦିନ ପରେ ଗ୍ୟାସ ଡେଲିଭରି ନେଇ ଖାଉଟିଙ୍କୁ ଓଟିପି ଆସିଥିଲା । ହେଲେ ସିଲିଣ୍ଡର ଡେଲିଭରି ହେଉନାହିଁ । ଏନେଇ ସାଧାରଣ ଲୋକେ ଗ୍ୟାସ ଏଜେନ୍ସିକୁ ପ୍ରଶ୍ନ ପଚାରିବାରୁ ସେ କହିଥିଲେ ଯେ, ଗ୍ୟାସ ନାହଇଁ । ତେବେ ପ୍ରଶ୍ନ ଉଠୁଛି ଯଦି ଗ୍ୟାସ ନାହିଁ, ତେବେ ସିଲିଣ୍ଡର ଭର୍ତ୍ତି ପାଇଁ ଓଟିପି କେମିତି ଆସିଲା । ଗ୍ୟାସ ସମସ୍ୟା ନେଇ ଏଜେନ୍ସି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking