33.1 C
Bhubaneswar
Saturday, March 28, 2026
Homeଓଡିଶାପର୍ଯ୍ୟଟକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ: ୫ମୃତ

ପର୍ଯ୍ୟଟକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ: ୫ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅଧିନ ହରିଶଙ୍କର ମନ୍ଦିର ଦର୍ଶନ ଯାଉଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥ ନୟାଗଡ ଟାକରା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଥିବା ଏକ ବଡ ପଥର ସହ ଧକ୍କା ହୋଇ ଓଲଟିପଡିଲା ତୀର୍ଥଯାତ୍ରୀ ବସ । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାଟି ବିଳମ୍ବିତ ରାତି ଗୋଟାଏରେ ଘଟିଛି । ବ୍ରହ୍ମପୁର ଅଞ୍ଚଳରୁ ପ୍ରାୟ ୬୦ ଜଣଙ୍କୁ ନେଇ ହରିଶଙ୍କର ଯାଉଥିଲା ଏହି ଘରୋଇ ବସ । ଟାକରା ଘାଟି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ବଡ ପଥରକୁ ଜୋରରେ ଧକ୍କା ଦେଇଥିଲା ବସଟି । ଘଟଣାସ୍ଥଳରେ ୩ ଜଣ ମହିଳା ଓ ଡ୍ରାଇଭରଙ୍କ ସମେତ ୨ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇ ଦଶପଲ୍ଲା ପୋଲିସ, ବାଣୀ ଗୋଛା ପୋଲିସ, ଆମ୍ବୁଲାନ୍ସ ସହ ଦମକଳ ବାହିନୀ ପହଞ୍ଚି ଥିଲେ । ସେମାନେ ଗ୍ୟାସ କଟର ସାହାଯ୍ୟରେ ବସକୁ କାଟି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଏବଂ ଗୁରୁତରମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡ୍ରାଇଭର ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ୧୫ ଜଣ ଗୁରୁତରଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking