33.1 C
Bhubaneswar
Friday, March 27, 2026
Homeଓଡିଶାସମୁଦ୍ରରେ ବୁଡ଼ିଗଲେ ଯୁବକ: ଅନ୍ୟ ଜଣେ ନିଖୋଜ

ସମୁଦ୍ରରେ ବୁଡ଼ିଗଲେ ଯୁବକ: ଅନ୍ୟ ଜଣେ ନିଖୋଜ

ପୁରୀ: ସମୁଦ୍ରରେ ଆଜି ପୁଣି ଅଘଟଣ ଘଟିଛି। ପୁରୀ ଏବଂ ଚନ୍ଦ୍ରଭାଗାରେ ଏହି ଅଘଟଣ ଘଟିଛି। ସତର୍କ ନହୋଇ ଗାଧୋଇବା ସମୟରେ ଜଣେ ଯୁବକ ବୁଡ଼ି ଯାଇଥିଲା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ମୃତ ଯୁବକ ହେଲେ ମୁନୁ କୁମାର (୨୦) ଏବଂ ନିଖୋଜ ବ୍ୟକ୍ତି ହେଲେ ଶୁଭେନ୍ଦୁ ପ୍ରଧାନ (୧୮)। ଯାଜପୁର ଅଞ୍ଚଳର ଶୁଭେନ୍ଦୁ ପ୍ରଧାନ ଆଜି ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିଲେ। ହଠାତ ସମୁଦ୍ରର ଜୁଆର ଆସିବାରୁ ବୁଡ଼ିଯାଇଥିଲେ। ସେ ଗାଧୁଥିବା ସ୍ଥାନରେ ନିଖୋଜ ହୋଇଯାଇଥିଲେ l ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧୀନ କୋଣାର୍କ ଚନ୍ଦ୍ରଭାଗା ଇକୋ ରିଟ୍ରେଟ ନିକଟ ସମୁଦ୍ରରେ ଉତ୍ତରପ୍ରଦେଶର ଫିରୋଜାବାଦ ଆମ୍ବେଦେକର ନଗର ଅଞ୍ଚଳର ମୁନୁ କୁମାର ଗାଧୋଉ ଥିବା ବେଳେ ସମୁଦ୍ର ଲହଡ଼ିରେ ବୁଡିଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ମେରାଇନ ପୁଲିସ ଓ ଲାଇଫ ଗାର୍ଡ ପହଞ୍ଚି ସମୁଦ୍ର ଭିତରୁ ମୁନୁଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଚନ୍ଦ୍ରଭାଗା ମେରାଇନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking