35.1 C
Bhubaneswar
Monday, March 23, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୧୨ଟା ୩୦ ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୧୨ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଚାଲିପାରିଲାନି ପ୍ରଶ୍ନକାଳ । ବାରମ୍ବାର ଗୃହ ମୁଲତବୀ । ଏସସିବି ଘଟଣାକୁ ଭିତ୍ତି କରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ । ଗୃହରେ ହଟ୍ଟଗୋଳ କରି ଚଳାଇ ଦେଉନାହାନ୍ତି ବିରୋଧୀ । ଏନେଇ ବାଚସ୍ପତି ସୁରମା ପାଢୀ ୧୨ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଗୃହ ଆରମ୍ଭରୁ ବିରୋଧୀ ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ନାରାବାଜି କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସରକାରଙ୍କୁ ଘେରିଛନ୍ତି । ଏନେଇ ବାଚସ୍ପତି ପ୍ରଥମେ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ କରିଥିଲେ । ମୁଲତବୀ ପରେ ମଧ୍ୟ ଗୃହ ଚାଲିପାରିନଥିଲା । ଅସ୍ୱାଭାବିକ ରହିଥିଲା ଗୃହ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୨ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking