ଭୁବନେଶ୍ୱର: ପୁଣି ଥରେ ରାଜ୍ୟସଭା ଭୋଟିଂ କୁ ନେଇ ସୁବାସିନୀ ଜେନା ପ୍ରତିକ୍ରିୟା ରଖି କହିଛନ୍ତି, ଗୋଟିଏ ଭୋଟ ଦଳର ନିଷ୍ପତ୍ତି ଅନୁସାରେ ଦଳୀୟ ପ୍ରାର୍ଥୀଙ୍କୁ ଦେଇଛି । ବିବେକାନୁମୋଦିତ ଭୋଟ ବିଜୁ ବାବୁଙ୍କ ଅତି ପ୍ରିୟ ସ୍ୱାଧୀନ ପ୍ରାର୍ଥୀଙ୍କୁ ଦେଇଛି । ଯାହାକୁ ବିଜୁ ବାବୁ ପୁଅ ଭଳି ଭଲ ପାଉଥିଲେ, ମୁଁ ତାଙ୍କୁ ଦେଇଛି । ବସ୍ତା ଓ ବାଲିଆପାଳବାସୀଙ୍କ ପାଇଁ ୩ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି । ମୁଖ୍ୟମନ୍ତ୍ରୀ ବସ୍ତା ଓ ବାଲିଆପାଳବାସୀଙ୍କ ପାଇଁ ୩ କୋଟି ମଞ୍ଜୁର କରିଛନ୍ତି । ଏଠି ଲଢେଇ କଂଗ୍ରେସ ସହିତ , କିପରି କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥାନ୍ତି ।










