ନବରଙ୍ଗପୁର: ନବରଙ୍ଗପୁରଜିଲ୍ଲା ଝରିଗାଁ ଥାନା ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଏକମ୍ବାପଡା ଗ୍ରାମର ଜଣେ ଯୁବକ ଦେଶୀବନ୍ଧୁକଗୁଳିର ଶିକାର ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି।ମିଳିଥିବା ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ୭ଟା ସମୟରେ କୌଣସି ଏକ କାରଣ ଯୋଗୁଁ କୁସୁମପଦର ଗ୍ରାମର କନ୍ଦୁ ଭତ୍ରା(୩୦) ଏବଂ ଏକମ୍ବାପଡା ଗ୍ରାମର ବିଷମ ଶବର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ବିଷମ ଶବର ରାଗରେ କନ୍ଦୁ ଭତ୍ରାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା। ପରେ ଦେଶୀ ବନ୍ଧୁକରେ କନ୍ଦୁ ଭତ୍ରାଙ୍କ ପଛ ପଟ ଗୁଳି ଫୁଟାଇ ଥିବା ସୂଚନା ମିଳିଛି। ଫଳରେ କନ୍ଦୁ ଭତ୍ରା ଗୁରୁତର ହୋଇଥିଲେ।ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ଆଜି ସକାଳୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।










