31.1 C
Bhubaneswar
Thursday, March 19, 2026
Homeଓଡିଶାସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ଵର : ଏସସିବି ଅଗ୍ନିକାଣ୍ଡ ଯୋଗୁଁ ରାଜ୍ୟ ରାଜନୀତି ସରଗରମ। ଉଠୁଛି ପଡ଼ୁଛି ବିଧାନସଭା। ବିରୋଧୀଙ୍କ ହଟ୍ଟଗୋଳରେ ଚାଲି ପାରୁନି ଗୃହ। ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ। ମନ୍ତ୍ରୀ ଇସ୍ତଫା ନଦେଲେ ଯାଏଁ ଗୃହ ଚଲାଇ ଦେବେନି ବୋଲି ଚରମବାଣୀ ଶୁଣାଇଛନ୍ତି ବିଜେଡି ସଦସ୍ୟ। ସେପଟେ ଗୃହରେ ଅଚଳାବସ୍ଥା ନେଇ ସର୍ବଦଳୀୟ ବୈଠକ କରିଛନ୍ତି ବାଚସ୍ପତି। ଏସସିବି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୩ ଦିନ ହେଲା ଗୃହରେ ହଟ୍ଟଗୋଳ ଚାଲିଛି। ମନ୍ତ୍ରୀଙ୍କ ନୀତି ନୈତିକତା ନଥିବାରୁ ସେ ଇସ୍ତଫା ଦେଲେନି। ଏସସିବି ମେଡିକାଲରେ ୧୩ ରୋଗୀ ପୋଡି ମଲେ। ତଳ ତଳିଆ କର୍ମଚାରୀଙ୍କୁ ସସପେଣ୍ଡ୍ କରି ସରକାର ଚୁପ୍ ବସିଲେ। ସ୍ଵାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇ ନୀତି ନୈତିକତାର ପରିଚୟ ଦିଅନ୍ତୁ। ଏସସିବି ମେଡିକାଲ ଅଧିକ୍ଷକଙ୍କୁ ଗିରଫ କରନ୍ତୁ। ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିଜେଡିର ଗୃହରେ ପ୍ରତିବାଦ ଜାରି ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking