31.1 C
Bhubaneswar
Thursday, March 19, 2026
Homeଓଡିଶାଏସସିବି ବୁଲିଲେ ସାଂସଦ ସଂତୃପ୍ତ ମିଶ୍ର

ଏସସିବି ବୁଲିଲେ ସାଂସଦ ସଂତୃପ୍ତ ମିଶ୍ର

ଭୁବନେଶ୍ୱର: ନବ ନିର୍ବାଚିତ ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର କଟକ ବଡ ମେଡିକାଲ ଟ୍ରମା କେୟାର ଆଇସିୟୁର ଦୁର୍ଘଟଣାସ୍ଥଳ ବୁଲି ଦେଖିବା ସହ ସଂକଟାପନ୍ନ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ମେୟର ସୁବାସ ସିଂ ଓ ଅନ୍ୟ ମାନଙ୍କ ସହ ଆସି ପୁରା ଆଇସିୟୁ ଓ ନ୍ୟୁରୋ ସର୍ଜରୀ ବିଭାଗ ବାବଦରେ ପଚାରି ବୁଝିଥିଲେ । ପରେ ନିଜ ପ୍ରତିକ୍ରିୟାରେ ସେ କହିଥିଲେ ଘଟଣା ଦୁଃଖଦାୟକ। ଏତେ ବଡ ମେଡିକାଲରେ ଏପରି ଘଟଣା ଘଟିଲା ପରେ କାହିଁକି ବଡ ବଡ ଅଧିକାରୀ ଏପରିକି ମନ୍ତ୍ରୀ ଉତ୍ତର ଦାୟିତ୍ବ ନେଇ ଇସ୍ତଫା ଦେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ନ ହେଲା ନାହିଁ ବଡ ଅଧିକାରୀଙ୍କୁ ବହିସ୍କୃତ ନ କରି ତଳତଳିଆଙ୍କୁ ନିଲମ୍ବନ କଲେ କଣ ହେବ। ତେଣୁ ପୁରା ବଡ ମେଡିକାଲ ଓ ରାଜ୍ୟର ସମସ୍ତ ମେଡିକାଲର ବ୍ୟବସ୍ଥାକୁ ତୁରନ୍ତ ପୁଙ୍ଖାନୁପୁଙ୍ଖ ଭାବେ ପରୀକ୍ଷା କରାଯାଇ ମରାମତି କରିବାକୁ ସେ ଦାବୀ କରିଛନ୍ତି। ଖାଲି ଦୋଷ ପୂର୍ବ ସରକାରକୁ ଦେଲେ ଆପଣ ଲୋକଙ୍କ ରୋଷର ଶୀକାର ହେବେ ବୋଲି ସଂନ୍ତୃପ୍ତ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking