29.1 C
Bhubaneswar
Tuesday, March 17, 2026
Homeଓଡିଶା୩ ବିଧାୟକଙ୍କ ସିଟ ବଦଳାନ୍ତୁ: କାଡାମ

୩ ବିଧାୟକଙ୍କ ସିଟ ବଦଳାନ୍ତୁ: କାଡାମ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ ସିଟ ପରିବର୍ତ୍ତନ ପାଇଁ ଲେଖିଲେ । ସେମାନଙ୍କୁ ଦଳ ନିଲମ୍ବନ କରିଥିବାରୁ ଗୃହରେ ସିଟ ବଦଳାଯାଉ । ସେମାନଙ୍କ ବିରୋଧରେ ଦଳ- ବଦଳ ବିରୋଧୀ ଆଇନ ଲାଗୁ କରାଯାଉ ।ସୂଚନାଥାଉ କି  ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିବାରୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାସରଥି ଗମାଙ୍ଗୋ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଛି । ଏନେଇ ପ୍ରେସ ବିଜ୍ଞପ୍ତି ଜାରି କରିଛି କଂଗ୍ରେସ । ଗତକାଲି ରାଜ୍ୟସଭା ନିର୍ବାଚନରେ ଉକ୍ତ ତିନି ବିଧାୟକ ଦଳୀୟ ହୁଇପ ଉଲ୍ଲଙ୍ଘନ କରିବା ସହ ଦଳର ବିଚାରଧାରା ବିରୋଧରେ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ । ଅନ୍ୟପଟେ କଂଗ୍ରେସ ମିଡିଆ ସେଲ ସଭାପତି ଅରବିନ୍ଦ ଦାସ ପ୍ରେସମିଟ କରି କହିଛନ୍ତି , ଉକ୍ତ ୩ ବିଧାୟକଙ୍କୁ ଖାଲି ନିଲମ୍ବିତ ନୁହେଁ, ଅପରପକ୍ଷେ ସେମାନଙ୍କୁ ଦଳରୁ ବହିଷ୍କୁତ କରାଯିବ ବୋଲି ଏଆଇସିସି ପକ୍ଷରୁ ଅନୁମତି ମଗାଯାଇଛି । ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯିବ । ସେମାନେ ଦଳ ପାଇଁ କାମ କରିବେ ନାହିଁ , ଦଳରକୌଣସି କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking