ଭୁବନେଶ୍ୱର: କ୍ରସ ଭୋଟିଂ କରିଥିବା ନେତାଙ୍କୁ ଟାର୍ଗେଟ କଲା ବିଜେଡି । ପ୍ରେସମିଟ କରି ବର୍ଷିଲେ ବ୍ୟୋମକେଶ ରାୟ ଓ ଧ୍ରୁବ ସାହୁ । କହିଲେ ଟଙ୍କା ନେଇ ବିକ୍ରି ହୋଇଗଲେ ନେତା, ଚାଲିଥିଲା ଘୋଡା ବେପାର । ନିର୍ବାଚନମଣ୍ଡଳିରେ ସେଭଳି ନେତାଙ୍କୁ ଘୋର ବିରୋଧ କରିବାକୁ ବିଜେଡି ଅପିଲ କରିଛି । ଲୋକ ଲଜ୍ଜାରୁ ବଞ୍ଚିବା ପାଇଁ ବିଜୁ ଲିଗାସୀ କଥା ଉଠାଉଛନ୍ତି । ବିଜେଡିରେ ରହି ଦଳ ଭାଙ୍ଗିବାକୁ ୩ ମାସ ହେଲା ଷଡଯନ୍ତ୍ର କରିଥିଲେ । ଟଙ୍କା ନେଇ ବିକ୍ରି ହୋଇଥିବା ନେତା ବିଜୁ ଲିଗାସୀ କଥା ଉଠାଉଛନ୍ତି । ସୂଚନାଥାଉକି, ଗତକାଲି ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ଦେଖିବାକୁ ମିଳିଥିଲା । ବିଜେଡିର ୮ ବିଧାୟକ, କଂଗ୍ରେସର ୩ ବିଧାୟକ କ୍ରସ ଭୋଟିଂ କରିଥିଲେ । ଫଳରେ ଦିଲ୍ଲୀପ ରାୟଙ୍କ ଜିତିବା ନିର୍ବାଚନ ଅଙ୍କ ବଢିଥିଲା । ଆଉ ଦତ୍ତେଶ୍ୱର ହୋତା ନିର୍ବାଚନରେ ପରାସ୍ତ ହୋଇଥିଲେ ।










