23.1 C
Bhubaneswar
Sunday, March 22, 2026
Homeଓଡିଶାକାନ୍ଥ ପଡ଼ି ଦୁଇ ବର୍ଷ ଶିଶୁର ମୃତ୍ୟୁ

କାନ୍ଥ ପଡ଼ି ଦୁଇ ବର୍ଷ ଶିଶୁର ମୃତ୍ୟୁ

ଜଳେଶ୍ଵର: ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ଖୁଆଡ ପଞ୍ଚାୟତର କେନ୍ଦୁଖୁଣ୍ଟା ଗାଁ ଝରଣା ସାହିରେ ହାତୀ ପାଇଁ ଅଘଟଣ। ରାତିରେ ଘର ଭିତରେ ଶୋଇଥିବା ବେଳେ କାନ୍ଥ ପଡ଼ି ଦୁଇବର୍ଷ ଶିଶୁର ଜୀବନ ଚାଲିଯାଇଛି। ଗତକାଲି ରାତିରେ ଝରଣା ସାହି ଉଦ୍ଧବ ବେଶ୍ରା ତାଙ୍କ ପତ୍ନୀ ଚାରି ବେଶ୍ରା ସେମାନଙ୍କ ୫ ଜଣ ଝିଅପୁଅଙ୍କୁ ନେଇ ଘରଭିତରେ ଶୋଇଥିଲେ। ରାତି ଗୋଟାଏ ସମୟରେ ଏକ ଗୋଠଛଡା ଦନ୍ତା ଉଦ୍ଧବଙ୍କ ଘର ଭିତରେ ଥିବା ଧାନ ଖାଇବା ପାଇଁ ଫାଙ୍କ ଦେଇ ଶୁଣ୍ଢ ପୁରାଇବା ସମୟରେ ହଠାତ୍ କାନ୍ଥ ପଡି ଯାଇଥିଲା।ଆଉ କାନ୍ଥ ତଳେ ଚାପି ହୋଇ ଉଦ୍ଧବଙ୍କ ଜାଆଁଳା ପୁଅ ରାମ ଲକ୍ଷ୍ମଣ ଭିତରୁ ରାମ ଓରଫ୍ ନାରାୟଣର ମୃତ୍ୟୁ ହୋଇଛି। ରାମର ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ କେନ୍ଦୁଖୁଣ୍ଟା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଆଜି ସକାଳେ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅନ୍ୟପକ୍ଷେ ଏହି ଗୋଠଛଡା ଦନ୍ତାଟି ଲୁହାପଡା ଛକରେ ଏକ କ୍ୟାବିନକୁ ମଧ୍ୟ ଭାଙ୍ଗି ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking