28.1 C
Bhubaneswar
Tuesday, March 17, 2026
Homeଓଡିଶା୪୩ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷରେ ଜିନ୍ଦଲ ଷ୍ଟିଲକୁ ୧୬ଟି ପୁରସ୍କାର

୪୩ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷରେ ଜିନ୍ଦଲ ଷ୍ଟିଲକୁ ୧୬ଟି ପୁରସ୍କାର

ଭୁବନେଶ୍ୱର: ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟ(ଡିଜିଏମଏସ)ଙ୍କ ନେତୃତ୍ୱରେ ଇଷ୍ଟର୍ଣ୍ଣ ଜୋନ୍ ଅଫ୍ ମାଇନିଂ ଆସୋସିଏସନ ପକ୍ଷରୁ ଆୟୋଜିତ ୪୩ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ସମାରୋହରେ ଜିନ୍ଦଲ ଷ୍ଟିଲକୁ ବିଭିନ୍ନ ବର୍ଗରେ ମୋଟ୧୬ଟି ପୁରସ୍କାର ମିଳିଛି। କାଶିଆ ଆଇରନ ଏଣ୍ଡ ଡୋଲୋମାଇଟ ମାଇନ୍ସ, ଟେନସା ମାଇନ୍ସ ଓ ରୋଇଡା-I ମାଇନ୍ସକୁ ବିଭିନ୍ନ ବର୍ଗରେ ଏହି ପୁରସ୍କାର ମିଳିଛି। ଜିନ୍ଦଲ ଷ୍ଟିଲ-ବିକେଟିଆର କ୍ଲଷ୍ଟର ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ରଙ୍କ ନେତୃତ୍ୱରେ ଜିନ୍ଦଲ ଷ୍ଟିଲର ଟିମ୍ ଡିଜିଏମଏସର ମହାନିର୍ଦ୍ଦେଶକ ଶ୍ରୀ ଉଜ୍ଜ୍ୱଲ ତାହଙ୍କ ଉପସ୍ଥିତିରେ ପୁରସ୍କାର ଗ୍ରହଣ କରିଥିଲେ। କାଶିଆ ମାଇନ୍ସକୁ ସାମଗ୍ରିକ କାର୍ଯ୍ୟଦକ୍ଷତା ବର୍ଗ( ଓପନକାଷ୍ଟ ମାଇନ୍ସ) ବର୍ଗରେ ପ୍ରଥମ, ମେକାନିକାଲ ମେଣ୍ଟେନାନ୍ସରେ ପ୍ରଥମ, ଟ୍ରେନିଂ, ହେଲଥ ଓ ଓ୍ୱଲଫେୟାର ବର୍ଗରେ ପ୍ରଥମ, ଲିଡ୍ ଇଣ୍ଡିକେଟର୍ସ, ଇମର୍ଜେନ୍ସି ପ୍ରିପାର୍ଡନେସ, ମକଡ୍ରିଲ ଏଣ୍ଡ ଏକ୍ସିଡେଣ୍ଟ ଷ୍ଟାଟିଷ୍ଟିକ୍ସ ବର୍ଗରେ ପ୍ରଥମ, ପବ୍ଲିସିଟି ଏଣ୍ଡ ପ୍ରୋପାଗେଣ୍ଡା ବର୍ଗରେ ଦ୍ୱିତୀୟ, ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ବର୍ଗରେ ଦ୍ୱିତୀୟ, ଅକ୍ୟୁପେସନାଲ ହେଲଥ ସେଣ୍ଟର ଫ୍ୟାସିଲିଟି ବର୍ଗରେ ତୃତୀୟ ପୁରସ୍କାର ମିଳିଛି।

ରୋଇଡା-I ମାଇନ୍ସକୁ ଟ୍ରେନିଂ, ହେଲଥ ଏଣ୍ଡ ଓ୍ୱେଲଫେୟାର ବର୍ଗରେ ପ୍ରଥମ ପୁରସ୍କାର ମିଳିଛି। ଟେନ୍ସା ମାଇନ୍ସକୁ ଡ୍ରିଲିଂ, ବ୍ଲାଷ୍ଟିଂ ଏଣ୍ଡ ହ୍ୟାଣ୍ଡେଲିଂ ଅଫ୍ ଏକ୍ସପ୍ଲୋସିଭସ ବର୍ଗରେ ଦ୍ୱିତୀୟ, ପବ୍ଲିସିଟି ଏଣ୍ଡ ପ୍ରୋପାଗେଣ୍ଡା ବର୍ଗରେ ଦ୍ୱିତୀୟ, ଏସଏମପି, ସେଫ୍ଟି ଏଣ୍ଡ ଷ୍ଟାଚ୍ୟୁଟାରୀ କମ୍ପ୍ଲାୟାନ୍ସରେ ତୃତୀୟ ଓ ଟ୍ରେନିଂ, ହେଲଥ ଏବଂ ଓ୍ୱେଲଫେୟାର ବର୍ଗରେ ତୃତୀୟ ପୁରସ୍କାର ମିଳିଛି। ସେହିପରି ସୋୟାବାଲିସ୍ଥିତ ଗ୍ରୁପ୍ ଭୋକେସନାଲ ଟ୍ରେନିଂ ସେଣ୍ଟରକୁ ସାମଗ୍ରିକ କାର୍ଯ୍ୟଦକ୍ଷତା ବର୍ଗରେ ପ୍ରଥମ, ବେଷ୍ଟ ସେଫ୍ଟି ଷ୍ଟଲ ପାଇଁ ପ୍ରଥମ, ଗ୍ରୁପ୍ ଭୋକେସନାଲ ଟ୍ରେନିଂ ସେଣ୍ଟର (ଫ୍ୟାସିଲିଟି) ବର୍ଗରେ ପ୍ରଥମ ଓ ଗ୍ରୁପ ଭୋକେସନାଲ ଟ୍ରେନିଂ ସେଣ୍ଟର (ଟ୍ରେନିଂ) ବର୍ଗରେ ତୃତୀୟ ପୁରସ୍କାର ମିଳିଛି। ସୁରକ୍ଷିତ ମାଇନିଂ ଜିନ୍ଦଲ ଷ୍ଟିଲ କର୍ମସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ସର୍ବଦା ଖଣି ସୁରକ୍ଷାକୁ ପ୍ରାଥମିକତା ଦେବାର ପ୍ରତିବଦ୍ଧତା, ସମୟ ଅନୁସାରେ ଅଧିକ ମଜଭୁତ ହେବାରେ ଲାଗିଛି। ଖଣି ସୁରକ୍ଷା ଓ ଏହି କ୍ଷେତ୍ରରେ ନିରନ୍ତର ବିକାଶ, ବୈଧାନିକ ନିୟମର ଅନୁପାଳନ, ଖଣି ଖନନରେ ପରିଚାଳନାଗତ ଉତ୍କର୍ଷ ଏବଂ ସର୍ବୋପରି ‘ବେଟର ଦାନ ବିଫୋର’ ନୀତିର ଅନୁସରଣ କ୍ଷେତ୍ରରେ ଜିନ୍ଦଲ ଷ୍ଟିଲର ଅଟଳ ଅଙ୍ଗୀକାରବଦ୍ଧତାକୁ ଏ ପୁରସ୍କାର ପ୍ରମାଣିତ କରୁଛି। ଜିନ୍ଦଲ ଷ୍ଟିଲର ପ୍ରତିବଦ୍ଧତାକୁ ସମ୍ମାନିତ କରାଯାଇଥିବାରୁ କମ୍ପାନି ପକ୍ଷରୁ ଆୟୋଜକଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking