ଭୁବନେଶ୍ୱର: ଆସନ୍ତାକାଲି ହେଉଛି ନ୍ୟାସନାଲ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ -୨୦୨୬ (ଏନସିଇଟି) ଆବେଦନ ପାଇଁ ଶେଷ ତାରିଖ। ଆସନ୍ତାକାଲି ରାତି ୧୧.୫୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସିର ୱେବ୍ସାଇଟକୁ (🔗 exams.nta.nic.in/ncet/) ଯାଇ ଏନସିଇଟି ପରୀକ୍ଷା ପାଇଁ ଆବେଦନ କରିପାରିବେ। ୨୦୨୬-୨୭ ଶିକ୍ଷାବର୍ଷରୁ ୪ ବର୍ଷୀୟ ବିଏଡ଼ କୋର୍ସରେ (ITEP- Integrated Teacher Education Program) ଆଡ଼ମିସନ ଏନସିଇଟି ପରୀକ୍ଷା ମାଧ୍ୟମରେ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏନସିଇଟି ପରୀକ୍ଷା ଆସନ୍ତା ୧୭ ଏପ୍ରିଲ, ୨୦୨୬ରେ ଅନୁଷ୍ଠିତ ହେବ।
Last date approaching! ⏳
Apply for NCET 2026 for admission into the 4-Year Integrated Teacher Education Programme (ITEP).
🗓 Last Date: 10th March 2026 (11:50 PM)
🔗 https://t.co/D1pRUE0VCL@CMO_Odisha @suryabanshibjp @SMEOdisha @EduMinOfIndia pic.twitter.com/6bLuJROQWd— Higher Education Department, Govt. of Odisha 🇮🇳 (@DHE_Odisha) March 9, 2026
ଓଡ଼ିଶାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୫ଟି ବିଶ୍ୱ ବିଦ୍ୟାଳୟ ଏବଂ ୮ଟି ସରକାରୀ ମହାବିଦ୍ୟାଳୟରେ ୪ ବର୍ଷୀୟ ବିଏଡ଼ (ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ) ପାଇଁ ସମୁଦାୟ ୧୩୦୦ଟି ସିଟ୍ ରହିଛି। ଏହି ସମସ୍ତ ସିଟ୍ରେ ଆଡ଼ମିଶନ ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ କରାଯିବ। ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ନିଜର ପର୍ସେଣ୍ଟାଇଲ୍ ଆଧାରରେ ଯୋଗ୍ୟ ପ୍ରାର୍ଥୀମାନେ ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ ଆବେଦନ କରି ନିଜ ପସନ୍ଦର ଶିକ୍ଷା ଅନୁଷ୍ଠାନ ବାଛିପାରିବେ। ମେରିଟ୍ ତାଲିକା ଏନସିଇଟି-୨୦୨୬ ପ୍ରବେଶିକା ପରୀକ୍ଷା ସ୍କୋର ଆଧାରରେ ପ୍ରସ୍ତୁତ ହେବ। ପ୍ରକାଶଯୋଗ୍ୟ ଯେ, +୨ ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗାମ ପାଠ୍ୟକ୍ରମ (୪ ବର୍ଷୀୟ ବିଏଡ଼ ପାଠ୍ୟକ୍ରମ)ରେ ନାମଲେଖାଇ ୪ ବର୍ଷରେ ସ୍ନାତକ ଓ ବିଏଡ଼ କୋର୍ସ ସମାପ୍ତ କରିପାରିବେ। ୨୦୨୬-୨୭ ଶିକ୍ଷା ବର୍ଷରେ ଦୁଇ ବର୍ଷୀୟ ବିଏଡ଼, ଏମଏଡ଼ ଓ ବିଏଚଡ଼ କୋର୍ସ ପାଇଁ ପ୍ରବେଶିକା ପରୀକ୍ଷା ପୂର୍ବପରି ଷ୍ଟେଟ ସିଲେକ୍ସନ ବୋର୍ଡ଼ (SSB) ଦ୍ୱାରା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।










