33.1 C
Bhubaneswar
Wednesday, March 11, 2026
Homeଓଡିଶାବୋଲେରୋ ଧକ୍କାରେ ୪ ମୃତ

ବୋଲେରୋ ଧକ୍କାରେ ୪ ମୃତ

ବରଗଡ଼ : ବୋଲେରୋ ଧକ୍କାରେ ୪ଜଣଙ୍କ ମୃତ୍ୟୁ ହୋଇଛି। ବରଗଡ଼ ଜିଲ୍ଲା ଗୋଡଭଗାରୁ ସୋନପୁର ରାସ୍ତାର ଭେଡେନ ଥାନା ରୁଷୁଡା ଫାଣ୍ଡି ଅନ୍ତର୍ଗତ ମେହେନା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌କୁ ବୋଲେରୋ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି। ରବିବାର ରାତିରେ ସୋନପୁର ପଟୁ ଗୋଡଭଗା ଆସୁଥିବା ଏକ ବୋଲେରୋ ଏବଂ ବିପରୀତ ଦିଗରୁ ଆସୁଥିବା ୨ଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୪ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ରହିଛନ୍ତି। ମୃତକ ହେଲେ ସୋନପୁର ଜିଲ୍ଲା ବିନିକା ଥାନା ଘାଟି ଜାମପାଲି ଗ୍ରାମର ସନ୍ତୋଷ ପ୍ରଧାନ, ସାଗର ପ୍ରଧାନ, କହର ପ୍ରଧାନ ଏବଂ ଶିଶୁ ଶ୍ରୀୟାଂଶ ପ୍ରଧାନ ବୋଲି ଜଣାପଡିଛି। ମୃତାହତମାନେ ୨ଟି ବାଇକ୍ ଯୋଗେ ବରଗଡ଼ ଜିଲା ଅତାବିରା ଥାନା ଖଇରପାଲି ଗ୍ରାମକୁ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଆସିଥିଲେ। ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନା ପଠାଯାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking