25.1 C
Bhubaneswar
Saturday, March 7, 2026
Homeଓଡିଶାସୁଭଦ୍ରା ଶକ୍ତି ନେତୃତ୍ଵ ସମ୍ମିଳନୀର ଶୁଭାରମ୍ଭ

ସୁଭଦ୍ରା ଶକ୍ତି ନେତୃତ୍ଵ ସମ୍ମିଳନୀର ଶୁଭାରମ୍ଭ

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ମିଶନ ଶକ୍ତି ବିଭାଗ ପକ୍ଷରୁ କୋଣାର୍କ ଠାରେ “ସୁଭଦ୍ରା ଶକ୍ତି ନେତୃତ୍ଵ ସମ୍ମଳନୀ”ର ଶୁଭାରମ୍ଭ ହୋଇଯାଇଛି । ଏହି ସମ୍ମିଳନୀ ୬ ଦିନ ବ୍ୟାପୀ ଜାରି ରହିବ।ଏହି କାର୍ଯ୍ୟକ୍ରମରେ 30 ଗୋଟି ଜିଲ୍ଲାର ସମୁଦାୟ ୭୦୦ ଜଣ ମିଶନ ଶକ୍ତି ବ୍ଲକସ୍ତରୀୟ ସଂଘ president ଓ ସେକ୍ରେଟାରୀ ଏବଂ ଜିଲ୍ଲା ଓ ବ୍ଲକସ୍ତରୀୟ କର୍ମଚାରୀ ଭାଗ ନେବେ। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ ନୟାଗଡ଼ ଜିଲ୍ଲାର ମହାସଂଘର ୯୦ ଜଣ ସଭାପତି ଏବଂ ସମ୍ପାଦକ ଏହି ସମ୍ମଳନୀରେ ସାମିଲ ହୋଇଛନ୍ତି। ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଶ୍ରୀ ମାନସୀ ନିମ୍ଭାଲ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି, “ମହିଳାମାନେ ହେଉଛନ୍ତି ଶକ୍ତି, ସହନଶୀଳତା ଏବଂ ସଫଳତାର ଏକ ପରିଚୟ। ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣର ଏକ ସଫଳ ମଡେଲ ଭାବେ ସାରା ଦେଶରେ ପରିଚିତ। ‘ସୁଭଦ୍ରା ଶକ୍ତି ନେତୃତ୍ଵ ସମ୍ମଳନୀ’ ସେହି ମହିଳା ନେତୃତ୍ୱକୁ ଆହୁରି ସୁଦୃଢ଼ କରିବା ସହ ସେମାନଙ୍କ ମଧ୍ୟରେ ନୂତନ ଉଦ୍ୟୋଗ ଓ ନେତୃତ୍ଵ ସୃଷ୍ଟି କରିବ।” ଏସ୍.ଏଚ୍.ଜିରୁ ଏସ୍.ଏମ୍.ଇରେ ପରିଣତ କରିବା ପାଇଁ ଜାଭିୟର୍ସ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ଅଭିଜ୍ଞ ତାଲିମଦାତା ମହିଳାମାନଙ୍କୁ ଦକ୍ଷତା ବିକାଶ, ଷ୍ଟାର୍ଟ-ଅପ୍‌ ସୁଯୋଗ, ଡିଜିଟାଲ୍‌ ଏବଂ ଆର୍ଥିକ ସାକ୍ଷରତା ଭଳି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହା ସହିତ ଆଗାମୀ ଦିନରେ ଅଧିକରୁ ଅଧିକ ଲକ୍ଷପତି ଓ ମହା ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ ନୂତନ ଉଦ୍ୟୋଗ ସୃଷ୍ଟି କରି ଆର୍ଥିକ ରୂପେ ସ୍ୱାବଲମ୍ବୀ ହେବା ପାଇଁ ଉତ୍ସାହିତ କରିଛନ୍ତି। ଏହି ସମ୍ମିଳୀରେ ମିଶନ ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ, ଉପ ସଚିବ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking