32.1 C
Bhubaneswar
Friday, March 6, 2026
Homeଦେଶ ବିଦେଶସୁଖୋଇ ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ବାୟୁସେନା ପାଇଲଟ ମୃତ

ସୁଖୋଇ ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ବାୟୁସେନା ପାଇଲଟ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ସୁଖୋଇ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନ ଗୁରୁବାର ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଥିବା ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ବିମାନଟି ରୁଟିନ ପ୍ରଶିକ୍ଷଣରେ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ଜୋରହାଟରୁ ଉଡାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ରାଡାର ସହିତ ଏହାର ସମ୍ପର୍କ ଛିନ୍ନ ହୋଇଥିଲା । ଜୋରହେଟା ବାୟୁସେନା ଘାଟିଠାରୁ ଦୁର୍ଘଟଣା ଘଟିଥିବା ସ୍ଥାନ ୬୦ କିମି ଦୂର ହୋଇଥିବା ବେଳେ ଏହା ପାହାଡିଆ ଘଞ୍ଚ ଜଙ୍ଗଲିଆ ଅଞ୍ଚଳ ବୋଲି ଜଣାପଡିଛି । ସୂଚନା ଅନୁସାରେ ବିମାନଟି ଗୁରୁବାର ଆସାମର ଜୋରହାଟରୁ ଉଡାଣ ଆରମ୍ଭ କରିଥିଲା । ଏବଂ ସନ୍ଧ୍ୟା ୭.୪୨ରେ ବିମାନଟି ରାଡାର ସମ୍ପର୍କରୁ ବିଚ୍ଛିନ୍ନ ହୋଇଥିଲା ବୋଲି ଭାରତୀୟ ବାୟୁସେନା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲା । ଜଣେ ଫାଇଟର ପାଇଲଟ ନିଖୋଜ ଥିବା ଏବଂ ବିମାନଟିକୁ ଖୋଜିବା ପାଇଁ ବାୟୁସେନା ଟିମ ମୁତୟନ ହୋଇଥିବା କୁହାଯାଇଥିଲା । ଏହି ଖବର ପରେ ବାୟୁସେନା ପକ୍ଷରୁ ତୁରନ୍ତ ଏକ ବ୍ୟାପକ ତଲାସୀ ଓ ଉଦ୍ଧାର ଅପରେସନ ଆରମ୍ଭ କରିଥିଲ।।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking