32.1 C
Bhubaneswar
Friday, March 6, 2026
Homeଓଡିଶାଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ

ଭୁବନେଶ୍ୱରରେ ପହଞ୍ଚିଲେ ଅମିତ ଶାହ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେଠାରେ ମୁଖ୍ୟମନ୍ତ୍ରୀ ମୋହନମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଅନେକ ବରିଷ୍ଠ ବ୍ୟକ୍ତିମାନେ ମଧ୍ୟ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି ।  ବିମାନବନ୍ଦରରୁ ସିଧା ମୁଣ୍ଡଳି ସିଆଇଏସଏଫ ଅଭିମୁଖେ ବାହାରିଛନ୍ତି ଅମିତ ଶାହ। କଟକ, ଭୁବନେଶ୍ୱର, ପାରାଦୀପରେ ରହିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।ମୁଣ୍ଡଳିରେ ସିଆଇଏସଏଫର ୫୭ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପାରାଦୀପରେ ଆଇଏଫଏଫସିଓ ସଲଫରିକଏସିଡ  ପ୍ଲାଣ୍ଟର ଉଦଘାଟନ କରିବେ।ଅପରାହ୍‌ଣରେ ଜଟଣୀରେ ଜାତୀୟଫରେନ୍‌ସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ(ଏନ୍‌ଏଫ୍‌ଏସ୍‌ୟୁ) ଓ କେନ୍ଦ୍ରୀୟ ଫରେନ୍‌ସିକ୍‌ ବିଜ୍ଞାନ ବିଶ୍ବବିଦ୍ୟାଳୟ(ସିଏଫ୍‌ଏସ୍‌ଏଲ୍‌)ର ଶିଳାନ୍ୟାସ କରିବେ। ସେଠାରୁ ଫେରି ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀରେ ସାମିଲ ହେବେ। ସଂଧ୍ୟାରେ ଦିଲ୍ଲୀ ଫେରିଯିବେ। ଶ୍ରୀ ଶାହଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking