ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବା କକ୍ଷରେ ବିଜେଡି, କଂଗ୍ରେସ ସଦସ୍ୟ ଏକାଠି ବସିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସ ଏକାଠି ବସିଛନ୍ତି ।କକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଅଛନ୍ତି । ବିଜେଡିର ମଧ୍ୟ କିଛି ବିଧାୟକ ନାମାଙ୍କନ ଭରିବା କକ୍ଷରେ ଉପସ୍ଥିତ ଅଛନ୍ତି । ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରଛନ୍ତି ସଂତୃପ୍ତ ମିଶ୍ର । ୩ ସେଟର ନାମାଙ୍କନ ଦାଖଲ କରିଛନ୍ତି ସଂତୃପ୍ତ ମିଶ୍ର । ସେପରି ଦତ୍ତେଶ୍ୱର ହୋତା ମଧ୍ୟ ନାମାଙ୍କନ ଭରିଛନ୍ତି । କଂଗ୍ରେସ ଏହାକୁ ସମର୍ଥ କରିବ ବୋଲି ବୋଲି ଭକ୍ତ ଦାସ କହିଛନ୍ତି ।










