35.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶରାଜ୍ୟସଭା ସଦସ୍ୟ ହେବାକୁ ନିତିଶଙ୍କ ଇଚ୍ଛା!

ରାଜ୍ୟସଭା ସଦସ୍ୟ ହେବାକୁ ନିତିଶଙ୍କ ଇଚ୍ଛା!

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ହେବାକୁ ନେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଇଚ୍ଛା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଲେ ନୀତିଶ । ଗଠିତ ହେବାକୁ ନୂଆ ସରକାରକୁ ପୂର୍ଣ୍ଣ ସମର୍ଥନ ରହିବ କହିଲେ । ଆରମ୍ଭରୁ ବିଧାନସଭା ଓ ସଂସଦର ସଦସ୍ୟ ହେବାକୁ ଇଚ୍ଛା ଥିଲା । ଏହି ନିର୍ବାଚନରେ ରାଜ୍ୟସଭା ସଦସ୍ୟ ହେବାକୁ ଚାହୁଁଛି କହିଲେ ମିତିଶ । ବିକଶିତ ବିହାର ଗଠନରେ ଏକାଠି ହୋଇ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ ଆହୁରି ଲେଖିଛନ୍ତି ଏକ ବିକଶିତ ବିହାର ଗଠନ ପାଇଁ ଆପଣଙ୍କ ସହିତ ମିଶି କାମ କରିବାର ମୋର ସଂକଳ୍ପ ସେହିପରି ରହିବ। ଯେଉଁ ନୂତନ ସରକାର ଗଠନ ହେବ, ତାହାକୁ ମୋର ପୂର୍ଣ୍ଣ ସମର୍ଥନ ଏବଂ ମାର୍ଗଦର୍ଶନ ମିଳିବ।”ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ସଦସ୍ୟ ହେବାକୁ ଇଚ୍ଛା ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ପ୍ରତିବାଦ କରୁଥିବା ଜେଡିୟୁ କର୍ମୀମାନେ କହିଛନ୍ତି, “ଏହା ଦୁଃଖଦ। ନୀତିଶ କୁମାର ଛାତ୍ର ଆନ୍ଦୋଳନରୁ ଆଜି ପର୍ଯ୍ୟନ୍ତ ବିହାର ଲୋକଙ୍କ ସେବା କରିଆସୁଛନ୍ତି… ବିହାରର ଲୋକମାନେ ତାଙ୍କୁ ନିଜର ପରିବାର ବୋଲି ମାନିଥାନ୍ତି। ନୀତିଶ କୁମାରଙ୍କ ବ୍ୟତୀତ ଏଠାରେ ଆଉ କେହି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ଆମେ ଚାହୁଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରୁହନ୍ତୁ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking