ମୟୁରଭଞ୍ଜ: କୁଳିଅଣା ଥାନା ଶୁଖୁଆପୋଡା ଗ୍ରାମର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ l ମୃତ ଯୁବକ ପାରିଆକୁଲି ଗ୍ରାମର ଶୁଭମ ମୁଖୀ(୧୯) ବୋଲି ଜଣାପଡିଛି l ଯୁବକ ଜଣକ ଯେଉଁ ଗଛରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି ତାଙ୍କର ଗୋଡ଼ ଦୁଇଟି ଭୂମି ସ୍ପର୍ଶ କରୁଛି l ସ୍ଥାନୀୟ ଲୋକେ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ l ତଦନ୍ତକାରୀ ଅଫିସର ଗୋଲୋକ ବିହାରୀ ମିଶ୍ର ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟଙ୍କ ସହାୟତା ଶବ ପଞ୍ଚନାମା କରି ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ବାରିପଦାକୁ ପଠାଇଥିଲେ l ଏ ନେଇ କୁଳିଅଣା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ପୋଷ୍ଟମୋର୍ଟମ ରିପୋର୍ଟ ମିଳିଲେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ l










