ସମ୍ବଲପୁର: ସମ୍ବଲପୁର କୋର୍ଟକୁ ବୋମା ଉଡ଼ାଇଦେବାକୁ ଆସିଲା ଧମକ। ଆତ୍ମଘାତି ବୋମା ବିସ୍ଫୋରଣ ନେଇ କୋର୍ଟ ପରିସରରେ ଖେଳିଗଲା ଆତଙ୍କ। କୋର୍ଟ କର୍ମଚାରୀ ଓ ଓକିଲମାନେ ବାହାରକୁ ଚାଲି ଆସିଥିଲେ ।ଏନେଇ ସ୍ଥାନୀୟ ପୁଲିସ ଖବର ପହଞ୍ଚିବା ଆରମ୍ଭ ହୋଇଥିଲା ତନାଘନା। ପୁରା କୋର୍ଟ ପରିସରେ ସୁରକ୍ଷାବାହିନୀ ଏବଂ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବୋମା ନିଷ୍କ୍ରିୟ ଟିମ୍, ଡଗ୍ ସ୍କ୍ବାଡ୍ର ତନତନ ଯାଞ୍ଚ ଚଳାଇଛନ୍ତି। ତେବେ କିଏ ଓ କାହିଁକି ବୋମା ଧମକ ଦେଲା ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସମ୍ବଲପୁର କୋର୍ଟକୁ ଆସିଥିଲା ବୋମା ଧମକ । ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଥିଲା ।










