28.1 C
Bhubaneswar
Saturday, February 28, 2026
Homeଓଡିଶାପ୍ରଭାତ ବିଶ୍ୱାଳ କିଏ: ଦେବାଶିଷ

ପ୍ରଭାତ ବିଶ୍ୱାଳ କିଏ: ଦେବାଶିଷ

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ ପ୍ରଭାତ ବିଶ୍ୱାଳ କିଛି ସମୟ ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ଏହାକୁ ନେଇ ପ୍ରଭାତ ବିଶ୍ୱାଳ କିଏ ବୋଲି ପଚାରିଲେ ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣାକୁ ନେଇ ମତ ରଖି କହିଲେ ଦେବାଶିଷ ସାମନ୍ତରାୟ । ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବାକୁ ସେ କିଏ । ନବୀନ ବାବୁ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି , ସମସ୍ତେ ସମର୍ଥନ କରିବେ । ସୂଚନା ଥାଉକି, ବିଜେଡିରୁ ସଂତୃପ୍ତ ମିଶ୍ର ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଭାବେ ଚୟନ ହୋଇଥିବାରୁ ନବୀନ ନିବାସରେ ଅସନ୍ତୋଷ ଝାଡିଥିଲେ ପ୍ରଭାତ ବିଶ୍ୱାଳ । କହିଲେ,ଦଳ ମୋର ବହୁ କ୍ଷତି କରିଛି, ମୁଁ କିନ୍ତୁ ଦଳର କ୍ଷତି କରିନାହି । ପାଣ୍ଡିଆନ ଓ ସୁଜାତା ଦଳପାଇଁ କରିଛନ୍ତି । ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି । ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦ ଳଠାରୁ ଦୂରେଇ ଯିବି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking