34.1 C
Bhubaneswar
Saturday, February 28, 2026
Homeଓଡିଶାସଂତୃପ୍ତ ମିଶ୍ର ଓ ଦତ୍ତେଶ୍ୱର ହୋତା ରାଜ୍ୟସଭା ପ୍ରାର୍ଥୀ

ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ୱର ହୋତା ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ । ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତିି ନବୀନ ପଟ୍ଟନାୟକ । ସଂତୃପ୍ତ ମିଶ୍ର ତୃତୀୟ ଓ ଡାକ୍ତର ଦତ୍ତେଶ୍ୱର ହୋତା ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ।ଏହି ଦୁଇ ଜଣଙ୍କ ନାଁରେ ଲାଗିଲା  ମୋହର ।  ଘୋଷଣା ବେଳେ ନବୀନ ପଟ୍ଟନାୟକ କହିଲେ ସଂତୃପ୍ତ ମିଶ୍ର ଆମ ଦଳର ପ୍ରାର୍ଥୀ । ଡାକ୍ତର ଦତ୍ତେଶ୍ୱର ହୋତା କମନ କ୍ୟାଣ୍ଡିଡେଟ, ତାଙ୍କୁ ସବୁ ଦଳ ସମର୍ଥନ କରନ୍ତୁ ।  ପରେ ଉଭୟ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଗୁରୁତ୍ୱର ସହ କାମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସୂଚନାଥାଉକି, ପୂର୍ବରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ନେଇ ନବୀନ ପଟ୍ଟନାୟକ ବିଜେଡି ବିଧାୟକଙ୍କୁ ନବୀନ ନିବାସକୁ ଡାକିଥିଲେ । ଆଉ ଏହାରି ଭିତରେ ଡାକ୍ତର ଦତ୍ତେଶ୍ୱର ହୋତା ,ସଂତୃପ୍ତ ମିଶ୍ର ପହଞ୍ଚିବା ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା ।  କାହାକୁ  ରାଜ୍ୟସଭା ପାଇଁ ଟିକେଟ୍‌ ମିଳିବ ତାକୁ  ନେଇ ଥିଲା  ଅପେକ୍ଷା ।  ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଥିଲା ଜୋରଦାର କସରତ, ତିନି ଦଳରେ ଘନଘନ ଚାଲିଥିଲା ମାନସମନ୍ଥନ । ଏସବୁ ଭିତରେ ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା  କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking