34.1 C
Bhubaneswar
Saturday, February 28, 2026
Homeଓଡିଶାନବୀନ ନିବାସରେ ଡାକ୍ତର ଦତ୍ତେଶ୍ୱର ହୋତା

ନବୀନ ନିବାସରେ ଡାକ୍ତର ଦତ୍ତେଶ୍ୱର ହୋତା

ଭୁବନେଶ୍ୱର: ନବୀନ ନିବାସରେ ଡାକ୍ତର ଦତ୍ତେଶ୍ୱର ହୋତା । ଆଜି ପୁଣି ଥରେ ବିଜେଡି ବିଧାୟକମାନଙ୍କୁ ନବୀନ ନିବାସକୁ ଡକାଯାଇଛି । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ରାଜ୍ୟସଭା ରେସ ଭିତରେ ଡାକ୍ତର ଦତ୍ତେଶ୍ୱର ହୋତା ନବୀନ ନିବାସରେ ପହଞ୍ଚିବା ପରେ ବଢିଲା ଚର୍ଚ୍ଚା । ପୂର୍ବରୁ ପିସିସି ସଭାପତି ମଧ୍ୟ ଦତ୍ତେଶ୍ୱର ହୋତାଙ୍କ ନାଁ ନେଇଥିଲେ । ଲଗାତାର ଦ୍ୱିତାୟ ଦିନରେ ନବୀନ ନିବାସରେ ଅଛନ୍ତି ସମସ୍ତ ବିଧାୟକ ।  ଏସବୁ ଭିତରେ ରାଜ୍ୟରେ ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଛି ଜୋରଦାର କସରତ, ତିନି ଦଳରେ ଘନଘନ ଚାଲିଛି ମାନସମନ୍ଥନ। ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ନବୀନ ନିବାସରେ ଗୁରୁବାରର ପିଏସି କମିଟି ବୈଠକ ପରେ ଶୁକ୍ରବାର ସବୁ ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଥିଲା । କାହା ପ୍ରାର୍ଥୀରେ କିଏ ସମର୍ଥକ ଓ ପ୍ରସ୍ତାବକ ରହିବେ ସେନେଇ ଦସ୍ତଖତ ଦେଇଛନ୍ତି ବିଧାୟକ ।

ଓଡିଶା ସ୍ୱାସ୍ଥ୍ୟ ବିଶ୍ୱ ବିଦ୍ୟଳୟର ପ୍ରଥମ କୁଳପତି ଡାକ୍ତର ଦତ୍ତେଶ୍ୱର ହୋତା । ୟୁରୋଲୋଜି କ୍ଷେତ୍ରରେ ୪୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ଏସସିବି ମେଡିକାଲର ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ ଦତ୍ତେଶ୍ୱର । ଏଥି ସହିତ ଏସସିବି ମେଡିକାଲ କଲେଜର ଡିନ ଓ ପ୍ରିନ୍ସିପାଲ ଥିଲେ । କିଡନି ଟ୍ରାନ୍ସପ୍ଲାଣ୍ଟ, ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ ପ୍ରତିଷ୍ଠାରେ ଅବଦାନ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking