25.1 C
Bhubaneswar
Friday, February 27, 2026
Homeଓଡିଶାଫେରାର ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ଫେରାର ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଆଜି ଦିବା ୧୧ ଘଟିକା ସମୟରେ ବିରଡ଼ି ଥାନାରୁ କୋର୍ଟଚାଲାଣ ପାଇଁ ଯାଇଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା। ବିରିଡ଼ି ପୁଲିସ ଓ ଜଗତସିଂହପୁର ପୁଲିସ ପ୍ରଶାସନର ମିଳିତ ସହାୟତାରେ ୬ ଘଣ୍ଟା ଖୋଜାଖୋଜି ପରେ ଅପରାହ୍ନ ୫ଟା ସମୟରେ ଅଭିଯୁକ୍ତ ଚିଲିକା ଘଡ଼େଇକୁ ବିଲୁଆଖାଇ ନଦୀ ପଠା ନିକଟରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଚିଲିକାଙ୍କ ଡାକ୍ତରୀ ମାଇନା କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ବିରିଡି ଥାନା ଅଧିକାରୀ ସୁଜାତା ବେହେରା ସୂଚନା ଦେଇଛନ୍ତି। ବିରିଡି ଥାନାରେ ହୋଇଥିବା ଏତଲା ଅନୁସାରେ ବିରିଡି ଥାନା ଅଞ୍ଚଳର ଜଣେ ୨୭ ବର୍ଷୀୟା ମହିଳା ଗତ ୨୩ ଫେବୃଆରୀରେ ଅଣଖିଆ ବଜାରକୁ ଔଷଧ ଆଣିବାକୁ ଆସୁଥିବା ସମୟରେ ଅଢଙ୍ଗ ମଜୁରାଇ ଗ୍ରାମର ଚିଲିକା ଘଡ଼େଇ ଏକ ସ୍କୁଟି ଆଣି ମହିଳାଙ୍କ ନିକଟକୁ ଆସିଥିଲେ। ମହିଳାଙ୍କୁ ସ୍କୁଟିରେ ବସାଇ ବୁଲିବାକୁ ଯିବା କହି ଗୋରେଖନାଥ ମନ୍ଦିରକୁ ନେଇଯାଇଥିଲେ। ସେଠାରେ ଚିଲିକା ସଂପୃକ୍ତ ମହିଳାଙ୍କୁ ମୁଣ୍ଡରେ ସିନ୍ଦୂର ଓ ହାତରେ ଚୁଡି ପିନ୍ଧାଇ ବିବାହ କରିଥିଲେ। ପରେ ସଂପୃକ୍ତ ମହିଳାଙ୍କୁ ନେଇ ଚିଲିକା ତାଙ୍କ ମାଉସୀ ଘର ବାଲିକୁଦା ଥାନା ନହରଣାକୁ ନେବା ସହିତ ରାତିରେ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିଲା। ଏ ଘଟଣା ବାବଦରେ କାହାକୁ କହିଲେ ସଂପୃକ୍ତ ମହିଳାଙ୍କୁ ଜୀବନରୁ ମାରି ଦେବାକୁ ଚିଲିକା ଧମକ ଦେଇଥିଲା। କିନ୍ତୁ ୨୪ ଫେବୃଆରୀ ସକାଳ ୧୦ଟା ସମୟରେ ଚିଲିକା ସଂପୃକ୍ତ ମହିଳାଙ୍କୁ କଟକ ଅଭିମୁଖେ ଯାଉଥିବା ଏକ ବସ୍‌ରେ ବସାଇ ଦେଇ ଫେରାର ହୋଇଯାଇଥିଲା। ସଂପୃକ୍ତ ମହିଳା ଜଣକ କିଛି ଉପାୟ ନପାଇ ନିଜ ମାଉସୀକୁ ଫୋନ୍ କରିବା ପରେ ମାଉସୀ କହିବା ଅନୁସାରେ ଅଣଖୀଆରେ ଓହ୍ଲାଇଥିଲେ। ସମସ୍ତ ଘଟଣା ବାବଦରେ ସଂପୃକ୍ତ ମହିଳା ଜଣକ ଘରେ ଜଣାଇବା ସହିତ ନିଜେ ବିରିଡି ଥାନାରେ ଏତଲା ଦେଇଥିଲେ। ବିରିଡି ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଆଜି ସକାଳ ସମୟରେ ଅଭିଯୁକ୍ତ ଚିଲିକା ଘଡେଇଙ୍କୁ ଗିରଫ କରିଥିଲା। ଚିଲିକାଙ୍କୁ କୋର୍ଟଚାଲାଣ ପୂର୍ବରୁ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତରୀ ମାଇନା ପାଇଁ ନେଇଥିବା ବେଳେ ପୁଲିସକୁ ଚକମା ଦେଇ ଅଭିଯୁକ୍ତ ଜଣକ ମେଡିକାଲ୍ ପାଚେରୀ ଡେଇଁ ଫେରାର ହୋଇଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking