31.1 C
Bhubaneswar
Friday, May 1, 2026
Homeଓଡିଶାମାଓ କଳି; ଅନ୍ୱେଷକୁ ଶୁକ୍ରୁ ହତ୍ୟା କରିଛି: ଏସପି

ମାଓ କଳି; ଅନ୍ୱେଷକୁ ଶୁକ୍ରୁ ହତ୍ୟା କରିଛି: ଏସପି

କନ୍ଧମାଳ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କୁଟିମାହା ଗ୍ରାମ ନିକଟ ପକାରୀ ସଂରକ୍ଷିତ ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ତାଙ୍କୁ ସାଥୀ ତଥା ପୋଲିସ ସ୍କାନରରେ ଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଶୁକ୍ରୁ ହତ୍ୟା କରିଛନ୍ତି ବୋଲି ଏସ୍‌ପି ହରିଶ ବିଶି ସୂଚନା ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଅନ୍ବେଷ ଏବଂ ତାଙ୍କ ସାଥୀ ପୋଲିସ ଆଗରେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ। ହେଲେ ଏବେ ନେତୃତ୍ୱ ନେଉଥିବା ଶୁକ୍ରୁ ଏବଂ ଅନ୍ୟମାନେ ବିରୋଧ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗତ ଜାନୁଆରୀ ୨୯ରେ ଶୁକ୍ରୁ ଏବଂ ଅନ୍ୟମାନେ ମାରି ପୋତି ଦେଇଥିଲେ। ଏହି ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking