ଭୁବନେଶ୍ୱର: ପୁଣି କିସ ଛାତ୍ରାବାସରେ ଛାତ୍ର ମୃତ୍ୟୁ । ଯୁକ୍ତ ଦୁଇ କଳାରଜଣେ ଛାତ୍ରଙ୍କର ଗତକାଲି ରହସ୍ୟଜନକ ମୃତ୍ୟୁ ହୋଇଛି । ଛାତ୍ରାବାସ ଭିତରୁ ସଂପୃକ୍ତ ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ , ସଂପୃକ୍ତ ଛାତ୍ରଙ୍କର ଘର ନୂଆପଡା ଜିଲ୍ଲାରେ । ଖବର ପାଇବା ପରେ ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ସଂପର୍କରେ କିସ କର୍ତ୍ତୃପକ୍ଷଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।










