31.1 C
Bhubaneswar
Thursday, February 19, 2026
Homeଓଡିଶାଲୁଗା ବ୍ୟବସାୟୀଙ୍କ ଘରେ ଅଗ୍ନିକାଣ୍ଡ

ଲୁଗା ବ୍ୟବସାୟୀଙ୍କ ଘରେ ଅଗ୍ନିକାଣ୍ଡ

କେନ୍ଦୁଝର: ଆଜି ଭୋର ପ୍ରାୟ ୪ ଘଟିକା ସମୟରେ ବଡବିଲର ସବୁଠୁ ବଡ ଲୁଗା ବ୍ୟବସାୟୀଙ୍କ ଘରେ ଓ ଗୋଦାମରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ବେଳେ ବର୍ତ୍ତି ଯାଇଛନ୍ତି ପରିବାରର ୯ ସଦସ୍ୟ । ଲୁଗା ବ୍ୟବସାୟୀ ହେଉଛନ୍ତି ବଡବିଲର ନାମୀଦାମୀ ଲୁଗା ଦୋକାନ ପରିବାର କ୍ଲୋଥ ଷ୍ଟୋର ମାଲିକ ରୋହତାଶ ଅଗ୍ରୱାଲ ।  ମିଳିଥିବା ଖବର ଅନୁସାରେ , ଆଜି ଭୋର୍ ପ୍ରାୟ ୪ଟାରେ ବ୍ୟବସାୟୀଙ୍କ ନିଜ ବାସଭବନରୁ ପ୍ରବଳ ଧୂଆଁ ବାହାରୁଥିବା ଜଣେ ପଥଚାରୀ ଦେଖିବାକୁ ପାଇଥିଲା ।ସେ ସଙ୍ଗେ ସଙ୍ଗେ ବ୍ୟବସାୟୀଙ୍କ ଘର କବାଟ ବାଡେଇ ପରିବାର ଲୋକଙ୍କୁ ନିଆଁ ଲାଗିବା ନେଇ ଖବର ଦେବାପରେ, ସଙ୍ଗେ ସଙ୍ଗେ ଦ୍ଵିତୀୟ ମହଲରେ ରହୁଥିବା ପରିବାରର ଜଣେ ୩ ବର୍ଷର ଝିଅ, ଜଣେ ଦେଢ଼ ବର୍ଷର ଝିଅ ସହିତ ପରିବାରର ସମୁଦାୟ ୯ ଜଣ ପ୍ରାଣ ବିକଳରେ ସୁରକ୍ଷିତ ରାସ୍ତା ଦେଇ ପଦାକୁ ବାହାରି ଆସିଥିଲେ । ସଙ୍ଗେ ସଙ୍ଗେ ବଡ଼ବିଲ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ଅଗ୍ନିଶମ ବିଭାଗର ଗୋଟିଏ ଦମକଳ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇନଥିବାବେଲେ, ନିକଟସ୍ଥ ବିଲେଇପଦା ଅଗ୍ନିଶମ ବିଭାଗ ଓ ଘରୋଇ ଜିନ୍ଦଲ କମ୍ପାନୀର ସମୁଦାୟ ୪ ଗୋଟି ଦମକଳ ଗାଡ଼ି ଅକ୍ଲାନ୍ତ ପରିଶ୍ରମ କରି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ । କ୍ଷୟକ୍ଷତିର ସଠିକ ଆକଳନ କରାଯାଇନଥିଲେହେଁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୁଲିସ୍ ପହଞ୍ଚି  ଅଗ୍ନିକାଣ୍ଡର ତଦନ୍ତ କରୁଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking