ଭୁବନେଶ୍ୱର: କଂଗ୍ରେସ ଗୋଟିଏ ରାଜ୍ୟସଭା ପ୍ରାର୍ଥୀ ଦେବ କହିଲେ ରାମଚନ୍ଦ୍ର କାଡାମ । ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ରଖି କହିଛନ୍ତି, ଦଳ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବୁ, ଏକ ହୋଇ ଜିତାଇବାକୁ ଚେଷ୍ଟା କରିବୁ । ନବୀନଙ୍କୁ ଆମ ସଭାପତି ଭେଟିବା ପରେ ଆହୁରି ସ୍ପଷ୍ଟତା ଆସିବ । ବିଜେଡି ସମର୍ଥନ ପାଇଁ ପ୍ରୟାସ କରିବାରେ କିଛି ଅସୁବିଧା ନାହିଁ । ମିଳିତ ପ୍ରାର୍ଥୀ ପାଇଁ ପ୍ରୟାସ କରିବାରେ ବି କିଛି ଅସୁବିଧା ନାହିଁ । ସୂଚନାଥାଉକି, ମାର୍ଚ୍ଚ ୧୬ରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ଆସନ ପାଇଁ ହେବ ନିର୍ବାଚନ । ଓଡିଶାର ୪ ଆସନ ପାଇଁ ମଧ୍ୟ ହେବ ନିର୍ବାଚନ । ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ମ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ଅପରାହ୍ଣ ୫ଟାରେ ଭୋଟ ଗଣତି ହେବ ।










