ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ। ବିଧାନସଭା ପରିସରରେ ରାଜ୍ୟପାଳ ହରିବାବୁ କମ୍ଭମପଟିଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁଯାୟୀ ପ୍ରଥମେ ବନ୍ଦେ ମାତରମ ପରେ ଜାତୀୟ ସଙ୍ଗୀତ ଜନ ଗଣ ମନ ବିଧାନସଭା କାର୍ଯ୍ୟ ଆରମ୍ଭରୁ ଗାନ କରାଯାଇଥିଲା। ଗୃହରେ ଦିବଙ୍ଗତଙ୍କ ଉଦ୍ଦେଶ୍ୟରେ ଶୋକ ବ୍ୟକ୍ତ କରିଥିଲେ ହରିବାବୁ କମ୍ଭମ ପାଟି। ପୂର୍ବତନ ବିଧାନସଭା ସଦସ୍ୟ କାହ୍ନୁଚରଣ ଲେଙ୍କା, ଅକ୍ଷୟ କୁମାର ଆଚାର୍ଯ୍ୟ, କୁଳମଣି ରାଉତ, ସଞ୍ଚିତା ମହାନ୍ତି ଏବଂ ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିୟୋଗରେ ଗୃହ ଶୋକ ପ୍ରକାଶ କରିଥିଲେ ରାଜ୍ୟପାଳ । ରାଜ୍ୟପାଳ ହରିବାବୁ କମ୍ଭମ ପାଟିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ। ସମୃଦ୍ଧ ଓଡ଼ିଶା ଗଠନ କରିବାରେ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ। ସମୃଦ୍ଧ ଓଡ଼ିଶା ଗଠନ କରିବାରେ ସରକାର ବହୁ ପଦକ୍ଷେପ ନେଇଛନ୍ତି। ବିକଶିତ ଭାରତର ଓଡ଼ିଶା ହେବ ଗ୍ରୋଥ ଇଞ୍ଜିନ। ରାଜ୍ୟପାଳ ଜାତୀୟ ଶିକ୍ଷାନୀତୀ ଅନୁସାରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସ ୬+ ବର୍ଷ ଓ `ଶିଶୁ ବାଟିକା’ ନାମରେ ୪୫ ହଜାରରୁ ଅଧିକ ପ୍ରାକ୍-ପ୍ରାଥମିକ ଶ୍ରେଣୀ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ୫ରୁ ୬ ବର୍ଷ ବୟସର ପ୍ରାୟ ୩.୨ ଲକ୍ଷ ଶିଶୁ ନାମ ଲେଖାଇଛନ୍ତି। ରାଜ୍ୟରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି। ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ୧.୮ ଲକ୍ଷରୁ ୩୨ ଲକ୍ଷକୁ ବୃଦ୍ଧି କରାଯିବ। ୨୦୩୬ରେ ଓଡ଼ିଶା ଗଠନର ଶହେ ବର୍ଷ ପୂରଣ ହେବ। ୨୦୩୬ ଓ ୨୦୪୭ ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇଛି।










