20.6 C
Bhubaneswar
Tuesday, February 17, 2026
Homeଓଡିଶାଜେଇଇ ମେନ୍ ସେସନ୍‌-୧ ରେଜଲ୍ଟ ପ୍ରକାଶ; ଭବେଶ ଓଡ଼ିଶା ଟପ୍ପର

ଜେଇଇ ମେନ୍ ସେସନ୍‌-୧ ରେଜଲ୍ଟ ପ୍ରକାଶ; ଭବେଶ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ଜେଇଇ ମେନ୍ ସେକ୍ସନ-୧ ଫଳ ପ୍ରକାଶ ପାଇଛି। ଚଳିତବର୍ଷ ମୋଟ୍ ୧୨ଜଣ ପରୀକ୍ଷାର୍ଥୀ ସର୍ବାଧିକ ୧୦୦ପର୍ସେଣ୍ଟାଇଲ ହାସଲ କରିଛନ୍ତି। ବିଇ ଓ ବିଟେକ୍‌(ପେପର-୧)ରେ ଓଡ଼ିଶାର ଭବେଶ ପାତ୍ର ୧୦୦ ଏନ୍‌ଟିଏ ସ୍କୋର(ପର୍ସେଣ୍ଟାଇଲ୍‌) କରି ଓଡ଼ିଶା ଟପ୍ପର ହୋଇଛନ୍ତି। ଏପରିକି ୧୦୦ ଏନ୍‌ଟିଏ ସ୍କୋର ହାସଲ କରିବାରେ ସେ ସାରା ଦେଶରେ ଶ୍ରେଷ୍ଠ ୧୨ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଭବେଶଙ୍କ ବ୍ୟତୀତ ଦିଲ୍ଲୀର ଶ୍ରେୟାସ ମିଶ୍ର, ଆନ୍ଧ୍ରପ୍ରଦେଶର ନରେନ୍ଦ୍ରବାବୁ ଗରିମହିଥ୍‌, ପସାଲା ମୋହିଥ୍‌, ବିହାରର ଶୁଭମ୍ କୁମାର, ରାଜସ୍ଥାନର କାବେର ଚିଲ୍ଲର, ଚିରଞ୍ଜିବୀ କର, ଅର୍ନଭ ଗୌତମ, ହରିୟାଣାର ଆନ୍ ଜୈନ୍‌, ମହାରାଷ୍ଟ୍ରର ମାଧବ ଭିରାଦୀୟା, ଗୁଜୁରାଟର ପୁରୋହିତ ନିମାୟ, ତେଲେଙ୍ଗାନାର ଭି ଏସ୍ ମହେଶ୍ୱରୀ ୧୦୦ ପର୍ସେଣ୍ଟାଇଲ୍ ରଖିଛନ୍ତି। ୧୨ଜଣଙ୍କ ମଧ୍ୟରେ ଜଣେ ବି ହେଲେ ଛାତ୍ରୀ ନାହାନ୍ତି। ଛାତ୍ରୀଙ୍କ ବର୍ଗରେ ହରିୟାଣାର ଆସି ଗ୍ରିୱାଲ ୯୯.୯୯୬୯୭୬୬ ପର୍ସେଣ୍ଟାଇଲ୍ ରଖି ଟପର ହୋଇଛନ୍ତି। ୧୧ଜଣ ସାଧାରଣ ବର୍ଗର ବିଦ୍ୟାର୍ଥୀ ଏବଂ ଜଣେ ଓବିସି-ଏନ୍‌ସିଏଲ୍‌ବର୍ଗର ରହିଛନ୍ତି।

ବିଇ/ ବିଟେକ୍ ନାମଲେଖା ଲାଗି ଜେଇଇ ମେନ୍ ପରୀକ୍ଷାର ସେସନ୍‌-୧ ଏବଂ ପେପର-୧(ବିଇ/ ବିଟେକ୍‌) ଲାଗି ସର୍ବଭାରତୀୟ ସ୍ତରରେ ମୋଟ୍ ୧୩ଲକ୍ଷ ୪ହଜାର ୬୫୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ଛାତ୍ରଙ୍କ ସଂଖ୍ୟା ୮ଲକ୍ଷ ୫୫ହଜାର ୮୫ଜଣ ରହିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୪ଲକ୍ଷ ୪୯ହଜାର ୫୬୮ଜଣ ରହିଛି। ସର୍ବାଧିକ ୧୦୦ ପର୍ସେଣ୍ଟାଇଲ ରଖିଥିବା ୧୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬ର‌୍ୟାଙ୍କରେ ରହିଛନ୍ତି ଓଡ଼ିଶାର ଭାବେଶ ପାତ୍ର। ସେହିପରି ପ୍ରଥମ ର‌୍ୟାଙ୍କରେ ଦିଲ୍ଲୀର ଶ୍ରେୟାସ ମିଶ୍ର, ଦ୍ୱିତୀୟ ର‌୍ୟାଙ୍କରେ ଆନ୍ଦ୍ରପ୍ରଦେଶର ଏନ୍‌ଜି ମାଥି, ତୃତୀୟ ର‌୍ୟାଙ୍କରେ ରହିଛନ୍ତି ବିହାରର ଏସ୍ କୁମାର। ଉଭୟ ଚତୁର୍ଥ ଏବଂ ପଞ୍ଚମ ର‌୍ୟାଙ୍କରେ ରାଜସ୍ଥାନର କବିର ଛିଲାର ଏବଂ ଚିରଞ୍ଜିବୀ କର ୧୦୦ ପର୍ସେଣ୍ଟାଇଲ ହାସଲ କରିଛନ୍ତି। ସେହିପରି ବିଭିନ୍ନ ବର୍ଗ ମଧ୍ୟରୁ ସାଧାରଣ ବର୍ଗ ତାଲିକାରେ ସର୍ବାଧିକ ୧୦୦ ପର୍ସେଣ୍ଟାଇଲ ରଖିଥିବା ୧୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। ସାଧାରଣ ଇଡବ୍ଲ୍ୟୁଏସ୍ ବର୍ଗରେ ରାଜସ୍ଥାନର ଏସ୍ ଜାସୋରିଆ ସର୍ବାଧିକ ୯୯.୯୯୯ପର୍ସେଣ୍ଟାଇଲ ରଖି ଟପ୍ପର ହୋଇଛନ୍ତି। ଓବିବି-ଏନ୍‌ସିଏଲ ବର୍ଗରେ ଆନ୍ଧ୍ରପ୍ରଦେଶର ଏନ୍ ଜି ମାଥି ଟପ୍ପର ହୋଇଥିବା ବେଳେ ଏସ୍‌ସି ବର୍ଗରେ ଆନ୍ଧ୍ରପ୍ରଦେଶର ଦେବା ଶ୍ରୀଭେଦ ୯୯.୯୯୯ ପର୍ସେଣ୍ଟାଇଲ, ଏସ୍‌ଟି ବର୍ଗରେ ରାଜସ୍ଥାନର ଡି ସେରା ୯୯.୯୯୯ ପର୍ସେଣ୍ଟାଇଲ, ପିଡବ୍ଲ୍ୟୁବିଡି ବର୍ଗରେ ମଧ୍ୟପ୍ରଦେଶର ଏ ଜୈନ୍ ୯୯.୯୧୦ ପର୍ସେଣ୍ଟାଇଲ ହାସଲ କରିଛନ୍ତି। ଏହାବ୍ୟତୀତ ମହିଳା ବର୍ଗର ତାଲିକାରେ ହରିୟାଣାର ଆଶି ଗ୍ରିୱେଲ ସର୍ବାଧିକ ୯୯.୯୯୬ ପର୍ସେଣ୍ଟାଇଲ ରଖିଛନ୍ତି। ଜେଇଇ ମେନ୍ ଲାଗି ଏଥର ୩୨୬ଟି ସହରରେ ୬୫୮ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ସେଥିରୁ ଓଡ଼ିଶାରେ ୧୯ଟି ସହରରେ ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking