23.1 C
Bhubaneswar
Monday, February 16, 2026
Homeଦେଶ ବିଦେଶମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ

ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଫେବୃଆରୀ ୨୦୨୬ରେ ମୁମ୍ବାଇ ଗସ୍ତ କରିବେ, ଯେଉଁଠାରେ ସେ ଫ୍ରାନ୍ସର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ୍ ମାକ୍ରନଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ୧୭ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ । ଭାରତ ଦ୍ୱାରା ଆୟୋଜିତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ ଏବଂ ମୁମ୍ବାଇରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ମଧ୍ୟ ଭାଗ ନେବେ । ଏହା ରାଷ୍ଟ୍ରପତି ମାକ୍ରନଙ୍କ ଚତୁର୍ଥ ଭାରତ ଏବଂ ପ୍ରଥମ ମୁମ୍ବାଇ ଗସ୍ତ ହେବ । ୧୭ ଫେବୃଆରୀ ଅପରାହ୍ନ ପ୍ରାୟ ୩:୧୫ରେ ଦୁଇ ନେତା ମୁମ୍ବାଇର ଲୋକ ଭବନରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହି ଆଲୋଚନା ସମୟରେ, ସେମାନେ ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବେ । ସେମାନଙ୍କର ଆଲୋଚନା ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ଏବଂ ଏହାକୁ ନୂତନ ତଥା ଉଦୀୟମାନ କ୍ଷେତ୍ରରେ ଆହୁରି ସମ୍ପ୍ରସାରିତ କରିବା ଉପରେ କେନ୍ଦ୍ରିତ ରହିବ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିବେ । ସନ୍ଧ୍ୟା ପ୍ରାୟ ୫:୧୫ ସମୟରେ ଦୁଇ ନେତା ଭାରତ-ଫ୍ରାନ୍ସ ନବଚାର ବର୍ଷ ୨୦୨୬ ଉଦ୍ଘାଟନ କରି ଉଭୟ ଦେଶର ବ୍ୟବସାୟିକ ନେତା, ଷ୍ଟାର୍ଟଅପ୍, ଗବେଷକ ଏବ ଅନ୍ୟାନ୍ୟ ଉଦ୍ଭାବକମାନଙ୍କୁ ସମ୍ବୋଧିତ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking