ନୂଆଦିଲ୍ଲୀ: ପାଣିପତର ନୌଲଥା ଗ୍ରାମରୁ ବାଲାନା ରାସ୍ତାରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ମାନେ ପାନିପଥରେ ରହି ବାଲାନା ଗ୍ରାମର ଏକ କାରଖାନାରେ କାମ କରୁଥିଲେ। ତିନି ଜଣ ଗୋଟିଏ ବାଇକରେ ଯାଉଥିବା ବେଳେ ଅଜଣା ଟ୍ରାକ୍ଟର ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ, ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ତିନି ଜଣ ଯୁବକ ବାଇକ ଯୋଗେ ଘରୋଇ ଜିନିଷ ଆଣିବା ପାଇଁ ବାହାରକୁ ଆସିଥିଲେ । ହେଲେ ହଠାତ ପଛପଟୁ ଟ୍ରାକ୍ଟର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନି ମୃତଦେହକୁ ଜବତ କରିଛି । ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ହେପାଜତକୁ ନେବା ପାଇଁ ଚେଷ୍ଟା ଜାରି ରଖିଛି ।










