23.1 C
Bhubaneswar
Sunday, February 15, 2026
Homeଅପରାଧବନ୍ଧୁ ସାଜିଲା ବଇରୀ

ବନ୍ଧୁ ସାଜିଲା ବଇରୀ

ନୂଆଦିଲ୍ଲୀ: ବନ୍ଧୁ ସାଜିଲା ବଇରୀ । ସାଙ୍ଗ ହୋଇ ପିଇଲେ ମଦ । ନିଶା ହେଲା ପରେ କଲା ହତ୍ୟା । ଦିଲ୍ଲୀର ଚାନ୍ଦିନୀଚୌକରୁ ଆସିଛି ଏଭଳି ଅଭାବନୀୟ ଖବର । ଜୁନେଦ ଖାନ ନାମକ ଯୁବକଙ୍କୁ ଗିରଫ କରିଛି ପୁଲିସ । ହତ୍ୟାରେ ବ୍ୟବହୃତ ପଥରକୁ ଜବତ କରାଯାଇଥିବାବେଳେ ଘଟଣାର ତଦନ୍ତ ଚାଲିଛି । ମୃତକ ଯୁବକ ଜଣକ ହେଲେ କାଞ୍ଚା । ତାଙ୍କ ବୟସ ୨୫ ବର୍ଷ ହୋଇଥିବାବେଳେ ପରିବାରରେ ଖେଳିଯାଇଛି ଶୋକର ଛାୟା । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କାଞ୍ଚା ଏବଂ ଜୁନେଦ ଉଭୟ ବନ୍ଧୁ । ସେମାନେ ଗାନ୍ଧୀ ପାର୍କକୁ ବୁଲିବାକୁ ଯାଇଥିବାବେଳେ ସେଠାରେ ମଦ୍ୟପାନ କରିଥିଲେ । କାଞ୍ଚା ଜୁନେଦଙ୍କଠାରୁ ଧାର ନେଇଥିଲେ । ସେହି ଟଙ୍କା ନଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉତ୍ୟକ୍ତ ହୋଇ ହତ୍ୟା କରିଥିବା ପୁଲିସ ଆଗରେ ମାନିଛି ଅଭିଯୁକ୍ତ । ଅଭିଯୁକ୍ତ ଜଣକ କହିଛି କି, ତାଙ୍କ ବନ୍ଧୁ ଟଙ୍କା ଧାର ନେଇଥିଲା । ଏହାସହ ସେ ତାଙ୍କୁ ବ୍ଲାକମେଲ ମଧ୍ୟ କରୁଥିଲା । ଯେଉଁ କାରଣରୁ ସେ ହତ୍ୟା କରିଥିବା ପୁଲିସ ଆଗରେ ମାନିଛନ୍ତି । ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛି । ତେବେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ରକ୍ତଭିଜା ପୋଷାକ ଏବଂ ପଥରକୁ ଜବତ କରିଛି । ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking