27.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶଭାରତ ଗସ୍ତରେ ଆସିବେ ପ୍ରାନ୍ସ ରାଷ୍ଟ୍ରପତି

ଭାରତ ଗସ୍ତରେ ଆସିବେ ପ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତ ସହ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ଭାରତ ଆସୁଛନ୍ତି। ସେ ନିଜର ପତ୍ନୀ ବ୍ରିଗିଟ୍ ମାକ୍ରନଙ୍କ ସହ ତିନି ଦିନିଆ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ଫ୍ରାନ୍ସ ଯାତ୍ରା ପରେ ହେଉଛି। ମାକ୍ରନଙ୍କ ଏହି ଗସ୍ତ ବହୁ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବୋଲି ମନେକରାଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ରାଷ୍ଟ୍ରପତି ମାକ୍ରୋନ୍ ୧୬ ଫେବୃଆରୀ ବିଳମ୍ବିତ ରାତି ୧୧ଟା ୩୦ ମିନିଟ୍‌ରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଁଞ୍ଚିବେ। ତାଙ୍କ ଗସ୍ତ ବେଳେ ଔପଚାରିକ କାର୍ଯ୍ୟକ୍ରମର ଆରମ୍ଭ ୧୭ ଫେବୃଆରୀରେ ହେବ। ଏହି ଯାତ୍ରା ବେଳେ ଦୁଇ ଦେଶ ଭିତରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବାର ଆଶା ରହିଛି।

୧୭ ଫେବୃଆରୀରେ ରାଷ୍ଟ୍ରପତି ମାକ୍ରୋନଙ୍କ ସାକ୍ଷାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବ। ଏହି ସମୟରେ ଦୁଇ ନେତାଙ୍କ ଭିତରେ ବହୁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ହେବ। ଏକ ମିଳିତ ବୟାନ ଜାରି କରାଯିବ। ସନ୍ଧ୍ୟାରେ ସେ ହୋଟେଲ ତାଜ ମହଲ ପ୍ୟାଲେସ୍ରେ ଭାରତ-ଫ୍ରାନ୍ସ ଇନୋଭେସନ୍ ଫୋରମ୍ରେ ଭାଗ ନେବେ। ଏହାପରେ ବିଳମ୍ବିତ ରାତିରେ ଗେଟଓ୍ବେ ଅଫ୍ ଇଣ୍ଡିଆରେ ଏକ ସାଂସ୍କୃତି କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ତା ପର ଦିନ ୧୮ ଓ ୧୯ ଫେବୃଆରୀରେ ରାଷ୍ଟ୍ରପତି ମାକ୍ରୋନ୍ ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବେ। ସେଠାରେ ଏଆଇ ଇମ୍ପାକ୍ଟ ସମ୍ମିଳନୀର ଉଦଘାଟନ ସମାରୋହରେ ସାମିଲ ହେବେ। ଏହାଛଡା ସେ ବହୁ ଦେଶର ପ୍ରତିନିଧିଙ୍କ ସହ ବୈଠକ ଓ ଲଞ୍ଚରେ ଯୋଗ ଦେବେ। ୧୯ ଫେବୃଆରୀ ମଧ୍ୟାହ୍ନ ୩ଟା୪୫ ମିନିଟ୍‌ରେ ସେ ଫ୍ରାନ୍ସ ଫେରିଯିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking