29.1 C
Bhubaneswar
Sunday, February 15, 2026
Homeଅପରାଧବେଆଇନ ମଦ ବେପାର, ୨ ଗିରଫ

ବେଆଇନ ମଦ ବେପାର, ୨ ଗିରଫ

ଧର୍ମଶାଳା: ଧର୍ମଶାଳା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ବେଆଇନ ଭାବେ ମଦ ବେପାର କରୁଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହିତ ଜଣେ ଅଭିଯୁକ୍ତକୁ ନୋଟିସ୍ ଦେଇ ଛଡ଼ାଯାଇଛି। ଶୁକ୍ରବାର ଧର୍ମଶାଳା ଅବକାରୀ ଥାନା ଅଧୀନ କାଏମା ଏବଂ ଜାରକା ଅଞ୍ଚଳରେ କଟକ ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ, ଯାଜପୁର ମୋବାଇଲ୍ ୟୁନିଟ୍ ଓ ରସୁଲପୁର ଏବଂ ଧର୍ମଶାଳା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ଚଢାଉ ସମୟରେ ୩୫ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ (ଆସ୍କା ପଟି), ୩୦ ଲିଟର ମହୁଲି ଏବଂ ୧୪୪୦ ଲିଟର ବିଦେଶୀ ମଦ ଜବତ କରାଯାଇଛି। କାଏମା ଅଞ୍ଚଳର ସୁନାକର ମଳିକ ଏବଂ ଜାରକା ଅଞ୍ଚଳର ମହେଶ୍ୱର ଗେଡ୍ଡୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ବେଳେ ଇନ୍ଦ୍ରମଣି ବେହେରାଙ୍କୁ ନୋଟିସ ଦେଇ ଛଡ଼ା ଯାଇ ଥିବା ସୂଚନା ମିଳିଛି। ଅବକାରୀ ବିଭାଗ କଟକ ଡେପୁଟି ସୁପରଟେଣ୍ଡ ଇନ୍ସପେକ୍ଟର ରୋସନ୍ ହାଲଦା, ଏସ୍‌ଆଇ ଅମିତ୍ ବିଶ୍ୱାଳ, ଇନ୍ସପେକ୍ଟର ନାରାୟଣ ବେହେରା, ଏସ୍‌ଆଇ ଶୁଭଶ୍ରୀ ଚକ୍ରଙ୍କ ସହ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking