ଭୁବନେଶ୍ୱର: ଭୁବନେଶ୍ୱର ବଡଗଡ ବ୍ରିଟ କଲୋନୀ ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରାଭେଲର ଦ୍ରୁତଗତିରେ ଆସି , ଭାରସାମ୍ୟ ହରାଇ ଏକାଥରକେ ଅଟୋ ଏବଂ ବାଇକକୁ ଜୋରଦାର ଧକ୍କା ଦେଇଛି । ବ୍ରିଟ କଲୋନୀ ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ଥିବା ବେଳେ ହଠାତ ଏକ ଟ୍ରେଭେଲର ଗାଡି ଦ୍ରୁତ ଗତିରେ ମାଡି ଆସିଥିଲା । ଚାଳକ ଜଣକ ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ରାସ୍ତାରେ ଯାଉଥିବା ଏକ ଅଟୋ ରିକ୍ସା ଏବଂ ଏକ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ ଆରୋହୀ ଜଣକ ଛିଟିକି ପଡିଥିଲେ । ଅଟୋଟି କ୍ଷତିଗ୍ରସ୍ତ ହୋଇଥିଲା ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ବାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ବଡଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଗୁଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଧିକ ଛାନଭିନ ଚଳାଇଛି ।










