32.1 C
Bhubaneswar
Thursday, February 12, 2026
Homeଓଡିଶାପୋଲିସ ଗାଡିର ବ୍ରେକ ଫେଲ: ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ

ପୋଲିସ ଗାଡିର ବ୍ରେକ ଫେଲ: ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ

ରାୟଗଡା: ରାୟଗଡା ସହର ଉପକଣ୍ଠ ସ୍ଥିତ ସିରିଗୁଡା ଛକରେ ଶ୍ରମିକ ସଂଗଠନ ତରଫରୁ ଆନ୍ଦୋଳନ ଚାଲିଥିବା ବେଳେ ସେହି ରାସ୍ତାରେ ଅଟକିଥିବା ପୋଲିସ ଗାଡିର ବ୍ରେକ ଫେଲ ହୋଇଯାଇ ଆନ୍ଦୋଳନକାରୀ ମାନଙ୍କ ଉପରକୁ ମାଡି ଯାଇଥିଲା । ସୌଭାଗ୍ୟବଶତଃ ଏହି ଅଘଟଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ଆନ୍ଦୋଳନ କରୁଥିବା ବିଭିନ୍ନ ସଂଗଠନର ନେତାଙ୍କ ପାଇଁ ରଖାଯାଇଥିବା ଚେୟାର ଉପରକୁ ମାଡି ଯାଇଥିଲେ । ଏହି ଘଟଣାକୁ ଉତ୍ତେଜନା ଦେଖାଦେଇଥିଲା । ପରେ ରାୟଗଡା ଏସଡିପିଓ ଗୌରହରୀ ସାହୁ,ଆଇଆଇସି ପ୍ରସନ୍ନ ବେହେରା ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ରାୟଗଡା ସହରରେ ଦେଖିବାକୁ ମିଳିଛି। ସହରରେ ୧୦ ଟି ବିଭିନ୍ନ ସଂଗଠନ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking