31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସୋସିଆଲ ମିଡିଆରେ ଏଆଇ କଣ୍ଟେଣ୍ଟ ଉପରେ ଲାଗିବ ବ୍ରେକ

ସୋସିଆଲ ମିଡିଆରେ ଏଆଇ କଣ୍ଟେଣ୍ଟ ଉପରେ ଲାଗିବ ବ୍ରେକ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ବ୍ୟବହାରୀକାରୀଙ୍କ ପାଇଁ ବଡ ଖବର । ଆପଣ ସୋସିଆଲ ମିଡିଆରେ ଏଆଇ ବ୍ୟବହାର କରୁଥିଲେ ଧ୍ୟାନ ଦିଅନ୍ତୁ । ଏଥିପାଇଁ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ଏ ସମ୍ପର୍କିତ ଗ୍ୟାଜେଟ, ନୋଟିଫିକେସନ, କେନ୍ଦ୍ର ଆଇଟି ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି । ଏଣିକି ।ପତ୍ତି ଜନକ ଏଆଇ କଣ୍ଟେଣ୍ଟ କିମ୍ବା ଡିପଫେକ ଭିଡିଓକୁ ନେଇ ଅଭିଯୋଗ ଆସିଲେ ମାତ୍ର ୩ ଘଣ୍ଟା ଭିତରେ ଏହାକୁ ହଟାଇବାକୁ ପଡିବ । ପୂର୍ବରୁ ଏହି ସମୟ ସୀମା ୩୬ ଘଣ୍ଟା ଥିଲା । ଏହି ଅଭିଯୋଗ ଆସିବାର ୩ ଘଣ୍ଟାରେ ଡିଲିଟ ନକଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାର ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ଏଆଇ ଜେନେରେଟଡ କଣ୍ଟେଣ୍ଟ ରେ ଏକ ଲେବଲ ବା ଚିହ୍ନ ରହିବା ଆବଶ୍ୟକ । ଏହା ଦ୍ୱାରା ଜଣେ ସାଧାରଣ ଲୋକ ଜାଣିପାରିବେ ଏହି ଫଟୋ ବା ଭିଡିଓ ଅସଲି ନୁହେଁ । ବରଂ କ୍ରୁତ୍ରିମ ଉପାୟରେ ପ୍ରସ୍ତୁତ କରାଯାଉଛି । ସୋସିଆଲ ମିଡିଆ କମ୍ପାନୀ ଗୁଡିକ ପ୍ରତି ତିନି ମାସରେ ଥରେ ନିଜ ୟୁଜର ମାନଙ୍କୁ ଏଆଇର ଅପବ୍ୟବହାର ଓ ଏହାର ଆଇନଗତ ପରିଣାମ ବିଷୟରେ ସତର୍କ କରାଇବାକୁ ପଡିବ । ଏହି ନୂଆ ନିୟମ ଆସନ୍ତା ୨୦ ତାରିଖରେ ଲାଗୁ ହେବ । ବଢୁଥିବା ସାଇବର ଠକେଇ ମିଥ୍ୟା ଖବର ପ୍ରସାରଣକୁ ରୋକିବା ପାଇଁ ସରକାରଙ୍କ ଏହି ପଦକ୍ଷେପ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ସୋସିଆଲ ମିଡିଆ କମ୍ପାନୀ ଗୁଡିକ ଏତେ କମ ସମୟ ଭିତରେ କିଭଳି ଭାବେ ଏହି ନିୟମ ପାଳନ କରିବେ ତାକୁ ନେଇ ପ୍ରଶ୍ନ ଉଠୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking