29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶରୁଷରେ ୪ ଭାରତୀୟ ମେଡିକାଲ ଛାତ୍ରଙ୍କୁ ଛୁରାମାଡ

ରୁଷରେ ୪ ଭାରତୀୟ ମେଡିକାଲ ଛାତ୍ରଙ୍କୁ ଛୁରାମାଡ

ରୁଷ: ରୁଷରେ ୪ ଭାରତୀୟ ମେଡିକାଲ ଛାତ୍ରଙ୍କୁ ଆକ୍ରମଣ। ରୁଷ ଗଣରାଜ୍ୟ ବାଶକୋର୍ଟୋସ୍ତାନର ଉଫାରେ ଥିବା ଏକ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏକ ଛୁରୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୪ ଭାରତୀୟଙ୍କ ସମେତ ଅନେକ ଆହତ ହୋଇଛନ୍ତି। ଋଷରେ ଥିବା ଭାରତୀୟ ଦୂତବାସ ଶନିବାର ରାତିରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏନେଇ ସୋସିଆଲ ମିଡିଆ ପୋଷ୍ଟ ଏକ୍ସରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି ଯେ ଉଫାରେ ଏକ ଦୁର୍ଭାଗ୍ୟଜନକ ଆକ୍ରମଣ ଘଟିଛି, ଯେଉଁଥିରେ ଚାରି ଜଣ ଭାରତୀୟ ଛାତ୍ର ଆହତ ହୋଇଛନ୍ତି। ଦୂତାବାସ କହିଛି ଯେ ଏହା ରୁଷର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛି ଏବଂ କାଜାନରେ ଥିବା ଭାରତୀୟ କନସୁଲେଟର ଅଧିକାରୀମାନେ ଆହତ ଛାତ୍ରମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ଉଫା ଯାଇଛନ୍ତି।

ସୂଚନା ଅନୁସାରେ, ଶନିବାର ଦିନ ରୁଷିଆର ବାଶକୋର୍ଟୋସ୍ତାନ ଗଣରାଜ୍ୟରେ ଏକ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରଙ୍କ ହଷ୍ଟେଲର ସ୍ପୋର୍ଟସ୍ ରୁମ୍‌ରେ ଜେଣେ ନାବାଳକ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ ଭାରତୀୟଙ୍କ ସମେତ ଅନେକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଦୁଇଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି । ନାବାଳକ ଜଣକ ନିଜକୁ ମଧ୍ୟ କ୍ଷତି ପହଞ୍ଚାଇଛି ।ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ କ୍ଲିନିକାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ପଛର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking