31.1 C
Bhubaneswar
Saturday, February 7, 2026
Homeଓଡିଶାମାଓ ମୁକ୍ତ ହେଲା ରାୟଗଡା ଜିଲ୍ଲା

ମାଓ ମୁକ୍ତ ହେଲା ରାୟଗଡା ଜିଲ୍ଲା

ରାୟଗଡା: ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନର ମୋଟ ୧୫ ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବା ପରେ ଖୁବ ଶୀଘ୍ର ରାୟଗଡା ଜିଲ୍ଲା ମାଓ ମୁକ୍ତ ହୋଇଛି । ଦିନକୁ ଦିନ ମାଓବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀର କା‌ର୍ଯ୍ୟାନୁଷ୍ଠାନ ଯୋରଦାର ହେବା ପରେ ହିଂସାର ପଥ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାସହ ମାଓବାଦୀମାନଙ୍କ ପାଇଁ ରାଜ୍ୟ ସରକାର ପୁନର୍ବାସ ଓ ଥଇଥାନ ନୀତିର ଲାଭ ନେଇ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଇଛନ୍ତି ।ହିଂସାର ରାସ୍ତା ପରିତ୍ୟାଗ କରି ସମାଜର ମୁଖ୍ୟ ଧାରାରେ ରାୟଗଡ଼ା ଜିଲ୍ଲାରେ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନର ମୋଟ ୧୫ ଜଣ ମାଓ କ୍ୟାଡର ଆତ୍ମସମର୍ପଣ କରିଛନ୍ତି। ସେଥି ମଧ୍ୟରେ ୨ ଜଣ ରାଜ୍ୟ କମିଟି ସଦସ୍ୟ ନିଖିଲ ନିରଞ୍ଜନ ରାଉତ (ଜଗତସିଂହପୁର) ଓ ଅଙ୍କିତା @ ରଶ୍ମୀତା ଲେଙ୍କା (ଟାଙ୍ଗୀ, କଟକ) ଆତ୍ମସମର୍ପଣ କରିଛନ୍ତି ।ଉଭୟଙ୍କ ନାମରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ ଥିଲା। ପୂର୍ବରୁ କୋରାପୁଟ , ବୌଦ୍ଧ ଜିଲ୍ଲାକୁ ମାଓମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିଲା । ସୂଚନାଥାଉକି, ୨୦୨୬ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ପାଇଁ ଅମିତ ଶାହ ଘୋଷଣା କରିଛନ୍ତି । ଏନେଇ ସୁରକ୍ଷାକର୍ମୀମାନେ ସଜାଗ ରହି ସର୍ଚ୍ଚ ଅପରେସନ କରି ଚାଲିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking