ଅନୁଗୁଳ: ଅନୁଗୁଳରେ ଭୟଙ୍କର ସଡକ ଦୁର୍ଘଟଣା । ବାଇକ୍କୁ ଧକ୍କା ଦେଲା ଟ୍ରକ୍ । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଅନୁଗୁଳର ଶିଳ୍ପାଞ୍ଚଳ ସହର ପୋଲିସ ସୀମା ଅନ୍ତର୍ଗତ ମହିତଳା ଛକରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆଜି ସକାଳେ ଦୁଇ ଜଣ ଯୁବକ ବାଇକ୍ ଯୋଗେ କୌଣସି ଏକ ସ୍ଥାନକୁ ଯାଉଥିବା ସମୟରେ ଶିଳ୍ପାଞ୍ଚଳ ସହର ପୋଲିସ ସୀମା ଅନ୍ତର୍ଗତ ମହିତଳା ଛକରେ ଦ୍ରୁତଗତିରେ ଆସୁଥିବା କୋଇଲା ବୋଝେଇ ଟ୍ରକଟି ବାଇକକୁ ପଛରୁ ଧକ୍କା ହେଇଥିଲା । ଫଳରେ ବାଇକ୍ଟି ଟ୍ରକ୍ ତଳେ ଚାପି ହୋଇଯାଇଥିଲା ଏହି ଭୟଙ୍କର ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଫୋରାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।










