31.1 C
Bhubaneswar
Saturday, February 7, 2026
Homeଓଡିଶାଚା’ ଦୋକାନୀଙ୍କୁ ଛୁରି ଭୁସି ହତ୍ୟା

ଚା’ ଦୋକାନୀଙ୍କୁ ଛୁରି ଭୁସି ହତ୍ୟା

ରାଉରକେଲା: ରାଉରକେଲାର ଜନଗହଳିପୂର୍ଣ୍ଣ ରେଳ‌ଷ୍ଟେସନ ନିକଟସ୍ଥ ଅମରଭବନ ସମ୍ମୁଖରେ ଜଣେ ଚା’ ଦୋକାନୀଙ୍କୁ ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି। ତିନି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଚା’ ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ସେହି ସମୟରେ ବିବାହ ଶୋଭାଯାତ୍ରା ଚାଲିଥିବାରୁ ଆକ୍ରମଣ ସଂକ୍ରାନ୍ତରେ ହଠାତ୍‌ କେହି କିଛି ଜାଣି ପାରି ନଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ଶୌଚ ପାଇଁ ଅମରଭବନ ନିକଟସ୍ଥ ଶୌଚାଳୟକୁ  ଯାଇଥିଲେ। ସେଠାରୁ  ଦୋକାନକୁ ଫେରୁଥିବା ସମୟରେ ହଠାତ୍‌ ତିନିଜଣ ମୁଖାପିନ୍ଧା ଯୁବକ ବାଇକରେ  ସେଠାରେ ପହଞ୍ଚି ଅବିନାଶ ସହ  ପାଟିତୁଣ୍ଡ  କରିଥିଲେ। ସେ ପ୍ରତିବାଦ କରିବାରୁ ତିନି ଯୁବକ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ଅବିନାଶ ସେଠାରୁ ଦୌଡ଼ିଥିବାବେଳେ ସେମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଅବିନାଶ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ହୋଇ ପଡ଼ିଯିବା ପରେ ତିନି ଯୁବକ ସେଠାରୁ ଚମ୍ପଟ ମାରିଥିଲେ। ଶୋଭାଯାତ୍ରା ଯିବା ପରେ ସ୍ଥାନୀୟ ଦୋକାନୀ ଅବିନାଶଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ପ୍ଲାଣ୍ଟସାଇଟ୍‌ ପୁଲିସ ଓ ଅନ୍ୟ ପୁଲିସ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking